fbpx
BSKY
BJD YOUTH SKY
BJD MS SKY

ହେଲିକାପ୍ଟର କ୍ରାସ୍: ଥଣ୍ଡା ପାଣିରେ ୧୨ ଘଣ୍ଟା ପହଁରି ଜୀବନ ବଞ୍ଚାଇଲେ ମନ୍ତ୍ରୀ ଓ ବାୟୁସେନାର ଅଧିକାରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦୁନିଆରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ମାମଲା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ମଧ୍ୟରେ ଆଫ୍ରିକୀୟ ଦେଶ ମାଡାଗାସ୍କରର ପୋଲିସ ମନ୍ତ୍ରୀ ଓ ଜଣେ ବାୟୁସେନାର ଅଧିକାରୀ ଜବରଦସ୍ତ ସାହସର ପରିଚୟ ଦେଇଛନ୍ତି । ନିକଟରେ ଭାରତ ମହାସାଗରରେ ନିଜର ହେଲିକାପ୍ଟର କ୍ରାସ ହେବା ପରେ ଦୁହେଁ ସମୁଦ୍ରର ବରଫ ଜଳରେ ୧୨ ଘଣ୍ଟା ପହଁରି ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ।

ଅଧିକାରୀଙ୍କ କହିବା ମୁତାବକ, ଦେଶର ଉତ୍ତର-ପୂର୍ବ ଉପକୂଳରେ ଏକ ଯାତ୍ରୀ ଜାହାଜ ବୁଡ଼ିଯିବା ପରେ ସୋମବାର ଉଦ୍ଧାର କାର୍ଯ୍ୟ ପାଇଁ ୫୭ ବର୍ଷୀୟ ପୋଲିସ ମନ୍ତ୍ରୀ ସର୍ଜ ଗେଲ ଓ ମୁଖ୍ୟ ୱାରେଣ୍ଟ ଜିମି ଲୈଟସାରା ଦୁର୍ଘଟଣା ପରେ ପହଁରି ପହଁରି ଅଲଗା ଅଲଗା ସମୟରେ ମାମ୍ବୋ କୂଳରେ ପହଞ୍ଚିଥିଲେ ।

ମାଡାଗାସ୍କର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏକ ଭିଡିଓରେ ଗେଲ କହିଛନ୍ତି ଯେ, ‘ଭଗବାନଙ୍କ ଆର୍ଶିବାଦରୁ ମୁଁ ବଞ୍ଚିଯାଇଛି । ମୋର ମରିବାର ସମୟ ଆସିନାହିଁ । ମୋତେ ଥଣ୍ଡା ହୋଇଛି, କିନ୍ତୁ ମୁଁ ଆଘାତ ହୋଇନାହିଁ ।’

ଗେଲ ଓ ତାଙ୍କ ସାଥୀଙ୍କ ଏହି ସାହସ ପରେ ସାରାଦେଶରେ ତାଙ୍କର ପ୍ରଶଂସା କରାଯାଉଛି । ସୋସିଆଲ ମିଡିଆରେ ବି ଲୋକମାନେ ତାଙ୍କୁ ହିରୋ ବୋଲି କହୁଛନ୍ତି । ଅଧିକାରୀଙ୍କ କହିବା ମୁତାବକ, ହେଲିକାପ୍ଟରରେ ଥିବା ଅନ୍ୟ ୨ ଲୋକଙ୍କର ପତ୍ତା ମିଳୁନି । ଏବେ ବି ଖୋଜାଖୋଜି ଚାଲିଛି ।

Get real time updates directly on you device, subscribe now.