fbpx

ମୋ ସରକାରରେ କୋଭିଡ୍ ପରିଚାଳନା ସାମିଲ

Advertisement

ଭୁବନେଶ୍ୱର,୭ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ପୁଣି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ସାମିଲ ହେବ କୋଭିଡ ପରିଚାଳନା । ରୋଗୀ ଓ କୋଭିଡ ଯୋଦ୍ଧାଙ୍କ ସହ ନିୟମିତ ଯୋଗଯୋଗ ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ସହ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରୋଗୀ ଓ କୋଭିଡ ଯୋଦ୍ଧଙ୍କଠାରୁ ମତାମତ ମଧ୍ୟ ଅଧିକାରୀମାନେ ସଂଗ୍ରହ କରିବେ । ମାସ୍କ ବ୍ୟବହାର ନକଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ହଟସ୍ପଷ୍ଟ ଜିଲ୍ଲାରେ ଆଣ୍ଟିଜେନ ଟେଷ୍ଟ ହେବ । କୋଭିଡ ଯୋଦ୍ଧାଙ୍କୁ ଉପଯୁକ୍ତ ତାଲିମ ଦିଆଯିବ । ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚ ସ୍ତରୀୟ ବୈଠକରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସିଏସ, ଡିଜିପି ଓ ଉନ୍ନୟନ କମିସନର ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପଟେ କନ୍ଧମାଳ ଏସପିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ପୋଲିସର ମାଓ ଅପରେସନ କାର୍ଯ୍ୟକୁ ପ୍ରଶଂସା କରିବା ସହ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.