fbpx

୨୪ରେ ଆଉ ଏକ ଲଘୁଚାପ, ୨୫ରୁ ପ୍ରବଳ ଛେଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ୨୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗର ପୂର୍ବାନୁମାନହେଲା, ଆଗକୁ ଆହୁରି ବର୍ଷା ଆସିଛି । ମଙ୍ଗଳବାର ଓଡ଼ିଶା ପାଖରେ ଥିବା ଲଘୁଚାପ ଏବେ ଝାଡ଼ଖଣ୍ଡ ଉପରେ । ମାତ୍ର ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତରପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ୨୪ ତାରିଖ ସନ୍ଧ୍ୟାବେଳକୁ ଲଘୁଚାପରେ ପରିଣତ ହେବ । ତା’ପରେ ଏହା ପଶ୍ଚିମଉତ୍ତର ପଶ୍ଚିମରେ ମୁହାଁଇ ପରବର୍ତ୍ତୀ ୪୮ଘଣ୍ଟା ଭିତରେ (୨୬ ତାରିଖବେଳକୁ)ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ । ଏହା
ପ୍ରଭାବରେ ୨୬ରୁ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ । ପ୍ରବଳ ବର୍ଷା ଲାଗି ରହିବ ।ଅପରପକ୍ଷରେ ସେପ୍ଟେମ୍ବର ୨୩ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ତେବେ ସେପ୍ଟେମ୍ବର୨୩ରୁ ୨୫ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାପରେ ସେପ୍ଟେମ୍ବର ୨୫ରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୨୭ ତାରିଖ ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଓ କାଳବୈଶାଖୀ ସମ୍ଭାବନା ରହିଛି ।

Get real time updates directly on you device, subscribe now.