fbpx

ଚୀନରୁ ଆସୁଛି ଆଉ ଏକ ଭାଇରସ୍ ‘ଜି-ଫୋର’, ନେଇପାରେ ମହାମାରୀ ରୂପ

ନୂଆଦିଲ୍ଲୀ, ୩୦ା୬: ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ଚିନ୍ତିତ ଅବସ୍ଥାରେ ରହିଛି । କରୋନା ଭାଇରସର ଏପର୍ଯ୍ୟନ୍ତ ପ୍ରତିଶେଧକ ଟୀକା ବାହାର କରିବା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରହିଛି । କିନ୍ତୁ ଏହାରି ମଧ୍ୟରେ ଚୀନରୁ ଆଉ ଏକ ନୂଆ ଭାଇରସ୍ ଚିହ୍ନଟ ହୋଇଛି । ଯାହାର ନାମ ରହିଛି ଜି-ଫୋର । ଏହା ମହାମାରୀ ରୂପ ନେବାର ମଧ୍ୟ ସମ୍ଭାବନା ରହିଛି । ଏହି ଭାଇରସ୍ ଘୁଷୁରି ମାନଙ୍କ ମଧ୍ୟରେ ଦେଖାଯାଉଥିବା ବେଳେ ଏହା ମଣିଷକୁ ସଂକ୍ରମଣ କରିପାରେ ବୋଲି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି । ଜି-ଫୋର ଭାଇରସ ୨୦୦୯ରେ ଚିହ୍ନଟ ହୋଇଥିବା ସ୍ୱାଇନ ଫ୍ଲୁ ଭୂତାଣୁ ଭଳି ବୋଲି ସୂଚନା ମିଳିଛି । ଘୁଷୁରି ଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଉପରେ ନଜର ରଖିବା ଜରୁରୀ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି । ଶ୍ୱାସକ୍ରିୟା ମାଧ୍ୟମରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପି ପାରେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.