fbpx

କରୋନା କବଜାରେ ଭଦ୍ରକ ସାଂସଦ

ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କୁ କରୋନା ହୋଇଥିବା ସେ ନିଜେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ଯେ କୋଭିଡ଼ ଟେଷ୍ଟ କରାଇଥିଲେ । ଯାହାର ରିପୋର୍ଟ ବର୍ତ୍ତମାନ ପଜିଟିଭ ଆସିଛି । ଏହାସହ ସେ ଏବେ ଘରୋଇ ସଙ୍ଗରୋଧ ରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବା ସହ କୋଭିଡ଼ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି । ତାଙ୍କ ସ୍ୱାମୀ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ମଧ୍ୟ କରୋନା ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଗତକାଲି ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।

Get real time updates directly on you device, subscribe now.