fbpx

ପୋଲିସର ଦାଦାଗିରି! ପରିବା କିଣି ଦେଉନାହାନ୍ତି ଟଙ୍କା, ଭିଡିଓ ଭାଇରାଲ

କରୋନା ଯୋଦ୍ଧା ସାଜିଥିବା ପୋଲିସ ଲୋକଙ୍କ ସୁରକ୍ଷା ପାଇଁ ଦିନରାତି ଏକ କରି କାମ କରୁଛନ୍ତି । କିନ୍ତୁ କିଛି କର୍ମୀଙ୍କ ଯୋଗୁଁ ଖାକି ବଦନାମ ହେଉଛି । ସେହିପରି କିଛି ଘଟଣା ହରିୟାଣାର ବହାଦୂରଗଡରେ ଦେଖିବାକୁ ମିଳିଛି, ଯେଉଁଠାରେ ପୋଲିସ କର୍ମୀ ପରିବା କିଣି ଟଙ୍କା ଦେବା ବଦଳରେ ଦାଦାଗିରି ଦେଖାଇଛନ୍ତି । ଘଟଣା ସମ୍ପର୍କତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ୨ଟି ପୋଲିସ କର୍ମୀଙ୍କୁ ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ବାଇକରେ ବସିଥିବା ବେଳେ ଅନ୍ୟ ଜଣେ ପରିବା କିଣୁଛନ୍ତି । ବାଇକରେ ବସିଥିବା ପୋଲିସକର୍ମୀଙ୍କୁ ଜଣେ ବ୍ୟକ୍ତି ଆଳୁ ଆଣି ଦେଉଛି । ଭିଡିଓରୁ ପୋଲିସବାବୁ ଆଳୁ ଲୁଟ କରୁଥିବା ଦେଖିବାକୁ ମିଳିଛି ।


ଏହି ଘଟଣା ବହାଦୂରଗଡର ଇଜ୍ଜର ରୋଡରେ ଘଟିଛି, ଯେଉଁଠାରେ କରୋନା ଯୋଗୁଁ ମାସ ମାସ ଧରି ପରିବା ଦୋକାନ ବନ୍ଦ ରହିଥିଲା । ବେରୋଜଗାର ବ୍ୟକ୍ତି ନିଜର ଗୁଜୁରାଣ ମେଣ୍ଟାଇବାକୁ ରାସ୍ତାକଡରେ ପରିବା ବିକ୍ରି କରୁଛନ୍ତି । ଏହାର ଫାଇଦା ଉଠାଇଛନ୍ତି ପୋଲିସ ବାବୁ । ରାସ୍ତାକଡରେ ପରିବା ବିକ୍ରି କରୁଥିବା ଗରିବ ଲୋକଙ୍କଠାରୁ ମାଗଣାରେ ପରିବା ହଡପ କରିବାରେ ଲାଗିଛନ୍ତି ।

ଖୋଦ୍ ଦୋକାନୀ ଅଭିଯୋଗ କରିଛି ଯେ, ଗତ ଶୁକ୍ରବାର ଦିନ ମଧ୍ୟ ପୋଲିସକର୍ମୀ ଦୋକନୀଠାରୁ ୫ କିଲୋ ଆଳୁ, ଅନ୍ୟ ଏକ ଦୋକାନରୁ ଭେଣ୍ଡି, ମଟର, ସିମଲା ଲଙ୍କା, ଟମାଟୋ କିଣିଲେ । କିନ୍ତୁ ଟଙ୍କା ନଦେଇ ଚାଲିଗଲେ । ଏପରି ପ୍ରତ୍ୟେକ ଦିନ ତାଙ୍କ ସହ ହେଉଛି ବୋଲି ଦୋକାନୀ କହିଛନ୍ତି ।

Get real time updates directly on you device, subscribe now.