ଯୁବକଙ୍କ ଏକତରଫା ପ୍ରେମ ପାଇଁ ବଳି ପଡିଲେ ବିବାହିତ ଯୁବତୀଙ୍କ ମା’

COVID-19 Updates
  • World 163,165,592
    World
    Confirmed: 163,165,592
    Active: 17,205,438
    Recovered: 142,576,923
    Death: 3,383,231
  • USA 33,695,916
    USA
    Confirmed: 33,695,916
    Active: 5,997,433
    Recovered: 27,098,620
    Death: 599,863
  • India 24,683,065
    India
    Confirmed: 24,683,065
    Active: 3,623,708
    Recovered: 20,789,038
    Death: 270,319
  • Brazil 15,590,613
    Brazil
    Confirmed: 15,590,613
    Active: 1,093,365
    Recovered: 14,062,396
    Death: 434,852
  • Turkey 5,106,862
    Turkey
    Confirmed: 5,106,862
    Active: 129,487
    Recovered: 4,932,838
    Death: 44,537
  • Russia 4,931,691
    Russia
    Confirmed: 4,931,691
    Active: 268,711
    Recovered: 4,547,500
    Death: 115,480
  • UK 4,448,851
    UK
    Confirmed: 4,448,851
    Active: 45,674
    Recovered: 4,275,502
    Death: 127,675
  • Italy 4,153,374
    Italy
    Confirmed: 4,153,374
    Active: 332,830
    Recovered: 3,696,481
    Death: 124,063
  • Germany 3,595,872
    Germany
    Confirmed: 3,595,872
    Active: 233,703
    Recovered: 3,275,500
    Death: 86,669
  • Pakistan 874,751
    Pakistan
    Confirmed: 874,751
    Active: 71,804
    Recovered: 783,480
    Death: 19,467
  • China 90,847
    China
    Confirmed: 90,847
    Active: 291
    Recovered: 85,920
    Death: 4,636

ହରିଚନ୍ଦନପୁର ୨୪ । ୪ (ଓଡିଶା ଭାସ୍କର) : ପ୍ରେମ ଭଗବାନଙ୍କର ସୃିଷ୍ଟର ଏକ ସୁନ୍ଦର ସଂଯୋଜନା । ଏହି ଭଲପାଇବା ପାଇଁ ଆମେ ସମସ୍ତେ ସମସ୍ତଙ୍କ ସହ ଜଡିତ ହୋଇ ରହିଛନ୍ତି । ପ୍ରେମ ଯଦି ଦୁଇ ଜଣଙ୍କ ମଧ୍ୟରେ ଥାଏ ତାହାଲେ ତାକୁ ଗ୍ରହଣ କରିବା ସହଜ ହୁଏ । ହେଲେ ସେହି ପ୍ରେମ ଯଦି ଏକତରଫା ହୋଇଥାଏ ନା ସେ ବଞ୍ଚିବାକୁ ଦିଏ ନା ମରିବାକୁ ଦିଏ । କେବଳ ନିଜ ଭିତରେ ଜଳି ଜଳି ମରିବାକୁ ହୁଏ । ଏହି ଏକତରଫା ଭଲପାଇବା ମଣିଷକୁ କେତେବେଳେ ଯେ ସଇତାନ ବନାଇ ଦିଏ ତାହା ବି ଜାଣି ହୁଏ ନାହିଁ । ଏଭଳି ଏକ ଏକତରଫା ଭଲପାଇବରେ ବିଫଳ ହୋଇ ଜଣେ ପ୍ରେମିକ ତାର ପ୍ରେମିକାର ମା’ କୁ ତଣ୍ଟି ଚିପି ହତ୍ୟା କରିଛି । ମୃତକ ଜଣକ ହେଲେ ହାରାମଣି ନାୟକ । ଏହି ଘଟଣାଟି ହରିଚନ୍ଦନପୁର ପଣ୍ଡାପଡା ଥାନା ଆଙ୍କଲପଡା ଗାଁରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ପଞ୍ଚାନନ ନାୟକ ସେହି ଗାଁର ସ୍ୱର୍ଗତ ହାରାମଣୀ ନାୟକଙ୍କ ଝିଅଙ୍କୁ ଏକତରଫା ଭଲପାଉଥିଲେ । ଗତ ସପ୍ତାହରେ ଯୁବତୀ ଜଣଙ୍କର ଯାଜପରୁ ଜିଲ୍ଲା ହଳଦିଆପଦାର ଜଣେ ଯୁବକଙ୍କ ସହ ବିବାହ ହୋଇଥିଲା । ଏନେଇ ଏକତରଫା ଭଲପାଉଥିବା ପ୍ରେମିକ ପଞ୍ଚାନନ ରାଗି ଯାଇଥିଲେ । ଯୁବତୀଙ୍କ ମା’ ହାରାମଣି ନାୟକ ଘରେ ଏକୁଟିଆ ଥିôବା ଅବସ୍ଥାରେ ପ୍ରେମିକ ଗତ ଗୁରୁବାର ଦିନ ତାଙ୍କୁ ମାଡ ମାରିଥିଲେ । ମାଡ ମାରିବା ଘଟଣା ପ୍ରଘଟ ହୋଇଯିବା ଡରରେ ହାରାମଣିଙ୍କ ତଣ୍ଟିଚିପି ହତ୍ୟା କରିଥିଲେ ପଞ୍ଚାନନ । ହାରାମଣିଙ୍କ ପୁଅ ନିଳାଦ୍ରୀ ଘରକୁ ଫେରି ଦେଖନ୍ତି କି ତାଙ୍କ ମା’ଙ୍କର ମୃତ୍ୟୁ ହୋଇଛି । ଏନେଇ ନିଳାଦ୍ରୀ ପଣ୍ଡାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍ ଅଭିଯୁକ୍ତ ପ୍ରେମିକ ପଞ୍ଚାନନ ନାୟକଙ୍କୁ ଗିରଫ କରିଛି । ଏହି ମାମଲାରେ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ପଣ୍ଡାପଡା ଥାନା ଅଧିକାରିଣୀ ।

 

Get real time updates directly on you device, subscribe now.

Comments are closed.