fbpx

ତୁର୍କୀ ଓ ଇଜିପ୍ଟରୁ ଆସୁଛି ପିଆଜ

ନୂଆଦିଲ୍ଲୀ,୧ ।୧୨: ସାରା ଦେଶରେ ପିଆଜ ଦର ଘୁ ଘୁ ହୋଇ ବଢିବାରେ ଲାଗିଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ବାହାର ଦେଶରୁ ପିଆଜ ମଗାଉଛନ୍ତି ସରକାର । ତୁର୍କି ଓ ଇଜିପ୍ଟରୁ ୧୭ ହଜାର ୯୦ ମେଟ୍ରିକ ଟନ୍ ପିଆଜ ଆସୁଛି । ପିଆଜ ଅଭାବକୁ ଦୃଷ୍ଟିରେ ରଖି ବାହାରୁ ଆମଦାନୀ କରୁଛି କେନ୍ଦ୍ର ଖାଉଟି ବିଭାଗ । ଡିସେମ୍ବର ମଧ୍ୟ ଭାଗରେ ଇଜିପ୍ଟରୁ ୬୦୯୦ ମେଟ୍ରିକ୍ ଟନ୍ ପିଆଜ ଆସି ପହଞ୍ଚିବ । ସେହିପରି ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ତୁର୍କୀର ୧୧ ହଜାର ଟନ୍ ପିଆଜ ଆସି ଦେଶରେ ପହଞ୍ଚିବ ।

Get real time updates directly on you device, subscribe now.