fbpx

ମହଙ୍ଗା ହେଲା ଭୋଡାଫୋନର ଟାରିଫ୍ ପ୍ଲାନ୍

ନୂଆଦିଲ୍ଲୀ,୧ ।୧୨: ଆଜିଠାରୁ ଆଇଡିଆ-ଭୋଡାଫୋନ୍ ନିଜ ସେବାର ଦର ବଢାଇଦେଇଛି । ଖବର ମୁତାବକ, କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ୍ ୪୯ ଟଙ୍କା ହେବ । ଗ୍ରାହକମାନଙ୍କୁ ଭୋଡାଫୋନର ୪୯ ଟଙ୍କାର ପ୍ଲାନରେ ୩୮ ଟଙ୍କାର ଟକଟାଇମ୍ ମିଳିବ । ଏହି ପ୍ଲାନରେ ଇଣ୍ଟରନେଟ୍ ଡାଟା ହିସାବରେ ଗ୍ରାହକଙ୍କୁ ୧୦୦ MB ମିଳିବ । ତେବେ ଭୋଡାଫୋନର କେତେକ ନୂଆ ପ୍ଲାନ ମଙ୍ଗଳବାର ଅର୍ଥାତ୍ ଡିସେମ୍ବର ୩ରୁ ଲାଗୁ ହେବ ।

ତେବେ AGR କାରଣରୁ ଅଧିକାଂଶ ଟେଲିକମ୍ କମ୍ପାନୀ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଏଥିପାଇଁ ଆପଣଙ୍କ ପକେଟରୁ ଏଣିକି ଅଧିକ ଟଙ୍କା ନେବେ ଟେଲିକମ୍ କମ୍ପାନୀ । ଭୋଡାଫୋନ୍ ସମେତ ଆଇଡିଆ, ଏୟାରଟେଲ୍, ଜିଓର ଟାରିଫ ପ୍ଲାନରେ ବୃଦ୍ଧି କରାଯିବ । ପୂର୍ବରୁ ଜିଓ ତାର ଟାରିଫ୍ ପ୍ଲାନରେ ବୃଦ୍ଧି କରିସାରିଛି ।

Get real time updates directly on you device, subscribe now.