fbpx

ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା, ନିଲମ୍ବନ ହେଲେ ଏସଆଇ

ମୟୂରଭଞ୍ଜ,୧ା୧୨(ଓଡ଼ିଶା ଭାସ୍କର): ମୟୂରଭଞ୍ଜରେ ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା ଘଟିଥିଲା । ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିବା ଯୋଗୁଁ ଏସପି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଝାରପୋଖରିଆ ଥାନା ଆଇଆଇସି ଶରତ ମହାଳିକଙ୍କୁ ଏସପି ବଦଳି କରିଛନ୍ତି । ଝାରପୋଖରିଆ ଥାନା ଏସଆଇ ପ୍ରଶାନ୍ତ କୁମାର ସ୍ୱାଇଁ ମଧ୍ୟ ନିଲମ୍ବିତ ହୋଇଛନ୍ତି । ଗତ ଅକ୍ଟୋବର ୩୦ରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଥିଲେ ଅଧ୍ୟାପିକା । କେନ୍ଦୁଝରରେ ଜଣେ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ସେ ଅଭିଯୋଗ ଆଣିଥିଲେ । ପରେ ମହିଳା ହଷ୍ଟେଲରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଅଧ୍ୟାପିକାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.