fbpx

ଚାଲାଣ କାଟିବାରୁ ବାଇକ୍ ସହ ଏପରି କଲେ ଯୁବକ, ଯାହାକୁ ଦେଖି ପୋଲିସର ଉଡିଲା ହୋସ୍, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ,୧ ।୧୨: ସାରା ଦେଶରେ ଟ୍ରାଫିକ୍ ନିୟମ କଡାକଡି କରାଯାଇଛି । ନିୟମ ମାନୁନଥିବା ଚାଳକଙ୍କ ପାଇଁ ଚାଲାଣ କାଟୁଛନ୍ତି ପୋଲିସ । ସେହିପରି ପୋଲିସ ଜଣେ ଯୁବକଙ୍କ ବାଇକର ଚାଲାଣ କାଟିବାରୁ ସେ ରାଗି ବାଇକ୍ ସହ କିଛି ଏପରି କଲେ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଘଟଣାଟି ଉତ୍ତରପ୍ରଦେଶର ମେରୁଟ ଜିଲ୍ଲାର ବେଗମପୁଲ ଚୌରାହିରେ ଘଟିଛି । ଏଠାରେ ପୋଲିସ ଜଣେ ଯୁବକଙ୍କ ବାଇକର ଇ-ଚାଲାଣ କାଟିଥିଲେ । ଏହା ପରେ ଯୁବକ ଜଣକ ପ୍ରଥମେ ରାଗିଯାଇ ବାଇକକୁ ରାସ୍ତାରେ କଚାଡି ଦେବା ସହ ହଙ୍ଗାମା କରିଥିଲେ । ବାଇକକୁ ୨ରୁ ୩ ଥର କଚାଡି ଭାଙ୍ଗିବା ସହ ବାଇକ ଉପରେ ବସି କାନ୍ଦି ପକାଇଲେ ସେହି ଯୁବକ । ଯୁବକଙ୍କ ଏହି ଦୃଶ୍ୟ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଯୁବକଙ୍କ ନିକଟରେ ପୋଲିସ ସମେତ ଲୋକଙ୍କ ଭିଡ ଲାଗିଥିଲା ।

ପରେ ପୋଲିସ ସେହି ଯୁବକଙ୍କୁ ବୁଝାଇ ଥିଲେ । ଅନ୍ୟପଟେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.