fbpx

କୋହଳ ହେବ କାର୍ଯ୍ୟକାଳ ! ୯ ମାସ ନୁହେଁ, ୨୦୨୪ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ଭାବେ ରହିପାରନ୍ତି ଗାଙ୍ଗୁଲି

Advertisement

ନୂଆଦିଲ୍ଲୀ,୧ ।୧୨: ବିସିସିଆଇ କାର୍ଯ୍ୟନିର୍ବାହୀଙ୍କ ପାଇଁ କୋହଳ ହେବ ପଦବୀ ସମୟ ସୀମା । ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ଅନୁମୋଦନ ପାଇଁ ସୁପ୍ରିମକୋର୍ଟ ନିକଟକୁ ପଠାଇବ ବିସିସିଆଇ ।

ତେବେ ସୌରଭଙ୍କ ୯ ମାସର କାର୍ଯ୍ୟକାଳ ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି । ସଂଶୋଧନକୁ ମଞ୍ଜୁରି ମିଳିଲେ ୨୦୨୪ ଯାଏ ବିସିସିଆଇର ଅଧ୍ୟକ୍ଷ ଭାବେ ରହିପାରନ୍ତି ସୌରଭ ଗାଙ୍ଗୁଲି । ଆଇସିସି ବୈଠକରେ ଭାରତର ପ୍ରତିନିଧିତ୍ୱ କରିବେ ବିସିସିଆଇର ସଚିବ ଜୟ ଶାହ । ଏନେଇ ବିସିସିଆଇ ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.