fbpx
BSKY
BJD SHG SKY
BJD YOUTH SKY

ଟମାଟୋ ପରେ ବଢିଲାଣି ପିଆଜର ମୂଲ୍ୟ, ଏବେ ୩୦ କିନ୍ତୁ ଆଉ କିଛି ଦିନରେ ୭୦ରେ ପହଞ୍ଚିବ

ନୂଆଦିଲ୍ଲୀ: ଟମାଟୋର ଆକାଶ ଛୁଆଁ ଦରକୁ ନେଇ ହନ୍ତସନ୍ତ ହେଉଥିବା ଖାଉଟୀଙ୍କ ଲାଗି ଏବେ ଏକ ଖରାପ ଖବର । ଟମାଟୋ ପରେ ଏବେ ପିଆଜର ଦାମ୍ ବି ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ତଳେ କିଲୋ ୧୫ ଟଙ୍କା ଥିବା ବେଳେ ଏବେ ପିଆଜର ମୂଲ୍ୟ ୩୦ ରହିଛି । କିନ୍ତୁ କ୍ରିସିଲ ଏହାର ଏକ ରିସର୍ଚ୍ଚ ରିପୋର୍ଟରେ କହିଛି ସେପ୍ଟେମ୍ବର ମାସ ଆରମ୍ଭରୁ ପିଆଜର ଖୁଚୁରା ମୂଲ୍ୟ କିିଲୋ ପ୍ରତି ୬୦ରୁ ୭୦ରେ ପହଞ୍ଚିଯିବ । ତେବେ ବର୍ଷାରେ ଫସଲକୁ କ୍ଷତି ପହଞ୍ଚିଥିବାରୁ ପିଆଜର ଦାମ୍ ଏପରି ବୃଦ୍ଧି ପାଇବ ବୋଲି କୁହାଯାଉଛି ।

କ୍ରିସିଲର ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ପିଆଜର ବାର୍ଷିକ ଉତ୍ପାଦନ ୨.୯ କୋଟି ମେଟ୍ରିକ ଟନ୍ ହେବାର ଅନୁମାନ କରାଯାଇଛି ଯାହା ଗତ ୫ ବର୍ଷ ତୁଳନାରେ ୭ ପ୍ରତିଶତ ଅଧିକ । ଟମାଟୋ ଦର ବଢିବା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ବଜାର ବିଶେଷଜ୍ଞ କହିଛନ୍ତି ସେପ୍ଟେମ୍ବର ଆରମ୍ଭରୁ ଟମାଟୋ ମୂଲ୍ୟ ଆଉ ବଢିବ ନାହିଁ ।

କ୍ରିସିଲ ରିପୋର୍ଟରେ କୁହାଯାଇଛି ଦେଶରେ ଅସ୍ୱଭାବିକ ବର୍ଷା ପାରମ୍ପାରିକ ଫସଲ ଉତ୍ପାଦନରେ ବାଧକ ସାଜିଛି । ଏବେ ପିଆଜର ମୂଲ୍ୟ କିଲୋପ୍ରତି ୩୦ ଟଙ୍କା ରହିଛି । ପିଆଜ ଉତ୍ପାଦକ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରବି ଫସଲ ଜଲଦି ଅମଳ ହୋଇଛି । କିନ୍ତୁ ମାର୍ଚ୍ଚ ମାସରେ ଅସ୍ୱଭାବିକ ବର୍ଷା କାରଣରୁ ପିଆଜ ଉତ୍ପାଦନ ପ୍ରଭାବିତ ହୋଇଛି । ମୂଷଳଧାରାରେ ବର୍ଷା କାରଣରୁ ପିଆଜର ଗୁଣବତ୍ତା ପ୍ରଭାବିତ ହୋଇଛି । ଫଳରେ ଏହାର ସଂରକ୍ଷଣ ସମ୍ବନ୍ଧିତ ଚିନ୍ତା ବଢିଯାଇଛି । ପିଆଜ ଶୀଘ୍ର ଖରାପ ହୋଇଯିବା ଚିନ୍ତାରେ କୃଷକ ପୂର୍ବରୁ ଅଧିକ ପିଆଜ ବିକ୍ରୀ କରି ଦେଇଛନ୍ତି ।

କ୍ରିସିଲ କହିଛି ସେପ୍ଟେମ୍ବର ପରିବର୍ତ୍ତେ ଅଗଷ୍ଟ ଶେଷ ବେଳକୁ ଖୋଲା ବଜାରରେ ରବି ଫସଲର ମାତ୍ରା ବହୁତ କମିଯିବ । ୧୫-୨୦ ଦିନ ପୂର୍ବରୁ ବଜାରରେ ଯୋଗାଣ କମିଯିବାରୁ ମୂଲ୍ୟ ବୃଦ୍ଧି ପାଇବ । କ୍ରିସିଲ ପକ୍ଷରୁ ଅନୁମାନ ଲଗାଯାଇଛି ଯେ, ସେପ୍ଟେମ୍ବର ମାସ ଆରମ୍ଭରୁ ଖୁଚୁରା ବଜାରରେ ପିଆଜର ମୂଲ୍ୟ କିଲୋ ପ୍ରତି ୬୦ରୁ ୭୦ ଟଙ୍କାରେ ପହଞ୍ଚିବ ।

 

Get real time updates directly on you device, subscribe now.