fbpx

୧୫ ସୁଦ୍ଧା କମିବ ପିଆଜ ଦର

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର):୧୫ ତାରିଖ ସୁଦ୍ଧା କମିପାରେ ପିଆଜ ଦର । ଏନେଇ ଆଜି ସୂଚନା ଦେଇଛନ୍ତି ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା । ସେ କହିଛନ୍ତି ଯେ, ‘ଡିସେମ୍ବର ୧୫ ସୁଦ୍ଧା ପିଆଜ ଦର କମିଯିବ । ରସେଲଗାଓଁରୁ ପିଆଜ ଆସିଲେ ପିଆଜ ଦର କମିଯିବ । ନାସିକ ନିକଟସ୍ଥ ରସେଲଗାଓଁରେ ଚଳିତବର୍ଷ ଭଲ ଫସଲ ହୋଇଛି ।’

ତେବେ ରେସଲଗାଓଁରୁ ପିଆଜ ଆସିଲେ ଦର ୪୦ରୁ ୫୦ ଟଙ୍କା ହୋଇଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଆଜି କଟକ ଛତ୍ରବଜାରରେ ୧୨୦ଟଙ୍କା ପିଆଜ ଦର ପହଞ୍ଚିଛି । ଗତକାଲି ୧୧୦ ଥିବା ବେଳେ ୨୪ଘଣ୍ଟା ମଧ୍ୟରେ ଆଉ ୧୦ଟଙ୍କା ବୃଦ୍ଧି ପାଇ ୧୨୦ଟଙ୍କାରେ ବିକ୍ରି ହେଉଛି । କଟକ ପରି ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଓ ପିପିଲିରେ ମଧ୍ୟ ପିଆଜ ଦର ୧୨୦ଟଙ୍କା ରହିଥିବା ସୂଚନା ମିଳିଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ବାହାର ଦେଶରୁ ସରକାର ପିଆଜ ମଗାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । କିଛି ଦିନ ତଳେ ତୁର୍କୀ ଓ ଇଜିପ୍ଟରୁ ୧୭ ହଜାର ୯୦ ମେଟ୍ରିକ ଟନ୍ ପିଆଜ ଆସିବ ବୋଲି ଜଣାପଡ଼ିଛି । ପିଆଜ ଅଭାବକୁ ଦୃଷ୍ଟି ରଖି ବାହାରୁ ପିଆଜ ଆମଦାନୀ କରାଯାଉଛି । ଡିସେମ୍ବର ମଧ୍ୟ ଭାଗରେ ଇଜିପ୍ଟରୁ ୬୦୯୦ ମେଟ୍ରିକ ଟନ୍ ଓ ସେହିପରି ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ତୁର୍କୀର ୧୧ହଜାର ଟନ୍ ପିଆଜ ଆସି ଦେଶରେ ପହଞ୍ଚିବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.