fbpx

ଅନ୍ତରୀକ୍ଷରେ ହୋଟେଲ କରିବ ନାସା, କଣ ଲୋକଙ୍କୁ ମିଳିବ ଏଣ୍ଟ୍ରି ?

ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ ବା ନାସା ଅନ୍ତରୀକ୍ଷରେ ଏକ ହୋଟେଲ ଖୋଲିବାକୁ ଯାଉଛି । କିନ୍ତୁ ଦୁଃଖର କଥା କି, ଏହି ହୋଟେଲ ମଣିଷଙ୍କ ପାଇଁ ନୁହେଁ ବରଂ ରୋବୋଟମାନଙ୍କ ପାଇଁ ପ୍ରସ୍ତୁତ ହେଉଛି ।

ତେବେ ଅନ୍ତରିକ୍ଷ ମିଶନରେ ଯାଉଥିବା ରୋବୋଟଙ୍କ ପାଇଁ ସେଠାରେ ରହିବା ପାଇଁ ଜାଗା ଦରକାର ହେଉଛି । ଏହାକୁ ଦୃଷ୍ଟିରେ ରଖି ନାସାର ଆରଟୀଟୀଏସ ନିଜର ଆଗାମୀ ଲଞ୍ଚ ସହ ଅନ୍ତରାଷ୍ଟ୍ରୀୟ ରୋବୋଟ ଷ୍ଟେସନର ବାହାରେ ଗୋଟିଏ ‘ରୋବୋଟ ହୋଟେଲ’ ସଂଯୋଗ କରିବାକୁ ଯାଉଛି । ଏଥିରେ ଗୁରୁତ୍ୱପୁର୍ଣ୍ଣ ରୋବୋଟ ଉପକରଣ ପାଇଁ ସୁରକ୍ଷାତ୍ମକ ଭଣ୍ଡାରଣ ରହିବ ।


୪ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ୧୯ତମ ସ୍ପେସ୍ ଏକ୍ସ କମର୍ଶିଆଲ ଲଞ୍ଚିଙ୍ଗରେ ଏହି ହୋଟେଲର ସ୍ଥାପନା କରାଯିବ ।

Get real time updates directly on you device, subscribe now.