fbpx

ସୁଦାନ କାରଖାନା ବିସ୍ଫୋରଣରେ ୧୮ ଭାରତୀୟ ମୃତ

ଖାର୍ତୁମ୍,୪ ।୧୨: ସୁଦାନ ରାଜଧାନୀ ଖାର୍ତୁମର ଚାଇନା ମାଟି କାରଖାନାରେ ଗତକାଲି ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୧୮ ଭାରତୀୟ ପ୍ରାଣ ହରାଇଥିବା ଜଣାପଡିଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ସୂଚନା ଦେଇଛନ୍ତି ।

 

ତେବେ ଏହି ବିସ୍ଫୋରଣରେ ମୋଟ୍ ୨୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଲପିଜି ସିଲିଣ୍ଡର ଫାଟି ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ବିସ୍ଫୋରଣ ପରେ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.