fbpx
BJD SKY
BJD SKY

NICL ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ଅଫିସର ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

BJD

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନ୍ୟାସନାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ (ଏନଆଇସିଏଲ) ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଆଡମିନିଷ୍ଟ୍ରେଟିଭ (ସ୍ପେଶାଲିଷ୍ଟ ଓ ଜେନେରାଲିଷ୍ଟ) ପଦରେ ସ୍କେଲ-୧ କ୍ୟାଡରରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଆଜିଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ତାହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବଧି ମଧ୍ୟରେ ପ୍ରାର୍ଥୀମାନେ ନିଜ ନିଜର ପେମେଣ୍ଟ ଦାଖଲ କରିପାରିବେ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଓ କଲ୍ ଲେଟର ଡାଉନଲୋଡିଂ ବାବଦରେ ପରବର୍ତ୍ତୀ ସମୟରେ ସୂଚିତ କରାଯିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ ।

୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି, ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁସାରେ ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା, ସ୍ନାତକ, ସ୍ନାତକୋତ୍ତର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆଦି ରହିଛି । ମୋଟ ୨୭୪ଟି ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରିଲିମିନାରୀରେ ୧୦୦ ମାର୍କ ଓ ମେନରେ ୨୫୦ ମାର୍କର ପରୀକ୍ଷା ହେବ । ଏଥିସହିତ ପ୍ରାର୍ଥୀଙ୍କୁ ୩୦ ମାର୍କର ବର୍ଣ୍ଣନାକାରୀ ଟେଷ୍ଟ ଦେବାକୁ ପଡ଼ିବ । ତେବେ ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଆଦି ୪ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ । ତେଣୁ ଏହା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର ।

ନୋଟିଫିକେସନ ଲିଙ୍କ: https://nationalinsurance.nic.co.in/sites/default/files/NICL%20AO%20Recruitment%20Advertisment%202023-24.pdf

Get real time updates directly on you device, subscribe now.