fbpx
BSKY SKY
BSKY SKY

ଭୁଲରେ ବି ରଖନ୍ତୁ ନାହିଁ ଏଭଳି ପାସୱାର୍ଡ଼, ସହଜରେ ହୋଇପାରିବ ଅନଲକ୍‌

BSKY

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଛନ୍ତି । ସେମାନେ ବିଭିନ୍ନ ପ୍ରକାର ଆକାଉଣ୍ଟ ବ୍ୟବହାର କରୁଛନ୍ତି । ତେଣୁ ପ୍ରତି ଆକାଉଣ୍ଟ ପାଇଁ ସହଜ ପାସୱାର୍ଡ଼ ରଖିଥାନ୍ତି ଯାହାକୁ ମନେ ରଖିବା ସହଜ ହୋଇଥାଏ । ସହଜ ପାସୱାର୍ଡ଼ ରଖିବା ଦ୍ୱାରା ଆକାଉଣ୍ଟ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଏହି ପରିପ୍ରେକ୍ଷିରେ Nordpass ତରଫରୁ ୨୦୨୩ ବର୍ଷ ପାଇଁ ଟପ୍ ୨୦୦ରେ କିଛି ସାଧାରଣ ପାସୱାର୍ଡ଼ର ତାଲିକା ପ୍ରସ୍ତୁତ କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ଏହି ତାଲିକାରେ ଥିବା କିଛି କମନ୍ ପାସୱାର୍ଡ଼ ବିଷୟରେ:

1. 123456
2. admin
3. 123456789
4. 1234
5. 12345
6. password
7. 123
8. Aa123456
9. 1234567890

କୌଣସି ଆକାଉଣ୍ଟର ପାସୱାର୍ଡ଼ ରଖିବା ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ:

– ଅତି କମରେ ୮ରୁ ୧୨ ସଂଖ୍ୟା ବିଶିଷ୍ଟ ଲମ୍ବା ପାସୱାର୍ଡ଼ ରଖନ୍ତୁ । ଲମ୍ବା ପାସୱାର୍ଡ଼ ରଖିଲେ ହ୍ୟାକିଂ କରିବା ସହଜ ହୋଇନଥାଏ ।
– ପାସୱାର୍ଡ଼ ତିଆରି କରିବା ସମୟରେ ସଂଖ୍ୟା, ଅପର କେସ୍‌, ଲୋୟର କେସ୍ ସହ କିଛି କ୍ୟାରେକ୍ଟର(@,&,$) ସାମିଲ କରନ୍ତୁ । ଏଭଳି ଷ୍ଟ୍ରଙ୍ଗ୍ ପାସୱାର୍ଡ଼ ଅଧିକ ସୁରକ୍ଷା ପ୍ରଦାନ କରିଥାଏ । ପାସୱାର୍ଡ଼କୁ ଏକ ଡାଏରୀରେ ଲେଖି ରଖନ୍ତୁ ବା ଇ-ମେଲରେ ସଫ୍ଟ କପି ରଖିପାରିବେ ।
– ପାସୱାର୍ଡ଼ ତିଆରି କରିବା ସମୟରେ ମଲ୍ଟି ଫ୍ୟାକ୍ଟର ଅଥୋଣ୍ଟିଫିକେସନ୍ ବ୍ୟବହାର କରନ୍ତୁ । ଏହା ଦ୍ୱାରା ହ୍ୟାକର୍ସମାନଙ୍କୁ ବିଭିନ୍ନ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ ।

Get real time updates directly on you device, subscribe now.