fbpx

ପୋଷ୍ଟ ଅଫିସରେ ୧୮୯୯ ପଦ ଖାଲି: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

AAKASH

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଡାକ ବିଭାଗରେ ୧୮୯୯ଟି ପଦ ପୂରଣ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପୋଷ୍ଟାଲ ଆସିଷ୍ଟାଲ, ସର୍ଟିଙ୍ଗ ଆସିଷ୍ଟାଣ୍ଟ, ପୋଷ୍ଟମ୍ୟାନ, ମେଲ ଗାର୍ଡ ଓ ମଲ୍ଟି ଟାସ୍କିଂ ଷ୍ଟାଫ (ଏମଟିଏସ) ପଦରେ ନିଯୁକ୍ତି ଦିଆଯିବ । ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ନଭେମ୍ବର ୧୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୯ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ଡିସେମ୍ବର ମାସ ୧୦ରୁ ୧୪ ତାରିଖ ମଧ୍ୟରେ ସେମାନଙ୍କର ଆପ୍ଲିକେସନ ସଂଶୋଧନ କରିପାରିବେ । ସମସ୍ତ ପଦ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୨୭ ବର୍ଷ ରହିଥିବା ବେଳେ କେବଳ ଏମଟିଏସ୍ ପଦ ପାଇଁ ସର୍ବାଧିକ ବୟସ ୨୫ ବର୍ଷ ରଖାଯାଇଛି ।

ଜେନେରାଲ / ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୦୦ ଟଙ୍କା ରଖାଯାଇଥିବା ବେଳେ ଅନୁସୂଚିତ ଜାତି (ଏସସି)/ ଅନୁସୂଚିତ ଜନଜାତି (ଏସଟି) / ପିଡବ୍ଲ୍ୟୁଡି / ଅର୍ଥନୈତିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) / ମହିଳା ପ୍ରାର୍ଥୀଙ୍କ ଏହା ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । କ୍ରୀଡ଼ା ବ୍ୟକ୍ତିବିଶେଷଙ୍କୁ ଏଥିରେ ନିଯୁକ୍ତି ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://dopsportsrecruitment.cept.gov.in/

ନୋଟିଫିକେସନ ଲିଙ୍କ: https://www.indiapost.gov.in/VAS/Pages/Recruitment/IP_08112023_Sportsrectt_English.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.indiapost.gov.in/vas/Pages/IndiaPostHome.aspx

Get real time updates directly on you device, subscribe now.