fbpx
BSKY
BJD SHG SKY
BJD YOUTH SKY

World Cup-2023 ଭିତରେ କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ ଖେଳାଳି: ସମସ୍ତ ଫର୍ମାଟରୁ ବିଦାୟ

ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ ଇଣ୍ଡିଆ । ତେବେ ଏହା ମଧ୍ୟରେ ଭାରତୀୟ ଦଳର ଜଣେ କ୍ରିକେଟର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି ଏହି ଷ୍ଟାର କ୍ରିକେଟର । କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ କ୍ରିକେଟ ଆରମ୍ଭ କରିଥିବା ଏହି ଖେଳାଳି ବର୍ତ୍ତମାନ ଦଳରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଆଇପିଏଲରେ ଦମଦାର ପ୍ରଦର୍ଶନ ସହିତ ଚମ୍ପିଆନ୍ ଦଳର ଏକ ପ୍ରମୁଖ ଅଂଶ ପାଲଟିଛନ୍ତି ଭାରତର ଏହି କ୍ରିକେଟର ।

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅବସର ଘୋଷଣାକରିଛନ୍ତି ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ଗୁରକିରତ୍ ସିଂହ ମାନ୍ । ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, ଆଜିର ଦିନ ମୋ ପାଇଁ ଅବିଶ୍ୱସନୀୟ କ୍ରିକେଟ ଯାତ୍ରା ଶେଷର ପ୍ରତୀକ । ଭାରତୀୟ ଟିମର ପ୍ରତିନିଧିତ୍ୱ କରିବା ଏକ ସମ୍ମାନ ଏବଂ ସୌଭାଗ୍ୟର ବିଷୟ । ମୋ ହୃଦୟ, ମୋ ପରିବାର ସହିତ ବନ୍ଧୁ- କୋଚ୍ ଏବଂ ସାଥୀ ଖେଳାଳିଙ୍କ ସମର୍ଥନ ପାଇଁ ମୁଁ ଚିର ଋଣି ହୋଇ ରହିବି । ଏମାନେ ସମସ୍ତେ ମୋ କ୍ୟାରିୟରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସମ୍ପୂର୍ଣ୍ଣ କ୍ରିକେଟ ଯାତ୍ରା ମଧ୍ୟରେ ପାଇଥିବା ସମର୍ଥନ, ମାର୍ଗଦର୍ଶନ ଏବଂ ପ୍ରେତ୍ସାହନ ପାଇଁ ବିସିସିଆଇ ଏବଂ ପିସିଏକୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି ଗୁରକିରତ । ଏହାପରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବା ନେଇ ସେ ସୂଚନା ଦେଇଛନ୍ତି ।

୨୦୧୬ ମସିହାରେ ଦୋନୀଙ୍କ ନେତୃତ୍ୱରେ ଡେବ୍ୟୁ କରିଥିଲେ ଗରକିରତ । ତେବେ ତାଙ୍କ କ୍ରିକେଟ କ୍ୟାରିୟର ମାତ୍ର ୭ ଦିନ ହିଁ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ୩ଟି ମ୍ୟାଚରେ ସେ ମୋଟ ୧୩ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ପଞ୍ଜାବ ତରଫରୁ ଫାଷ୍ଟ କ୍ଲାସ କ୍ରିକେଟରେ ତାଙ୍କର ଦମଦାର ରେକର୍ଡ ରହିଛି । ୫୯ଟି ମ୍ୟାଚରୁ ୩୪୭୧ ରନ୍ ସଂଗ୍ରହ କରିଥିବା ବେଳେ ଗୁରକିରତ ମାନ୍ ୭ଟି ଶତକ ଏବଂ ୨୦ଟି ଅର୍ଦ୍ଧଶତକ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ବୋଲିଂରେ ସେ ୫୫ଟି ୱିକେଟ ମଧ୍ୟ ହାସଲ କରିଛନ୍ତି ।

Get real time updates directly on you device, subscribe now.