fbpx

SDM ଜ୍ୟୋତି ମୋର୍ଯ୍ୟ କେସ: ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେ ସସପେଣ୍ଡ

AAKASH

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିର ଏସଡିଏମ୍ ଜ୍ୟୋତି ମୌର୍ଯ୍ୟ ଓ ତାଙ୍କର ପତି ଆଲୋକ ମୌର୍ଯ୍ୟ ମାମଲାରେ ଏକ ବଡ଼ ଅପଡେଟ୍ ଆସିଛି । ଆଲୋକ ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ପରବର୍ତ୍ତୀ ସମୟରେ ପ୍ରୟାଗରାଜର ଡିଆଇଜି ହୋମଗାର୍ଡ ଏହି ମାମଲାର ଯାଞ୍ଚ କରିଥିଲେ । ତେବେ ସେ ରିପୋର୍ଟ ପ୍ରଦାନ କରିବା ପରେ ହୋମଗାର୍ଡ ଡିଜି ଦୁବେଙ୍କ ସସପେଣ୍ଡ ନେଇ ସୁପାରିଶ କରିଥିଲେ । ଉକ୍ତ ସୁପାରିଶର ୨ ମାସ ପରେ ଦୁବେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନା ମୁତାବକ, ଏସଡିଏମ ଜ୍ୟୋତି ମୌର୍ଯ୍ୟ କେସରେ ଫଶିଥିବା ମହୋବା ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହୋମଗାର୍ଡ ଡିଜି ବି.କେ ମୌର୍ଯ୍ୟଙ୍କ ସୁପାରିଶ ଆଧାରରେ ମନୀଷଙ୍କ ବିରୋଧରେ ସସପେଣ୍ଡ ଆଦେଶ ଜାରି କରାଯାଇଛି । କେବଳ ଏତିକି ନୁହେଁ ମନୀଷଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ ଆଦେଶ ମଧ୍ୟ ଦିଆଯାଇଛି ।

ବରେଲିରେ କାର୍ଯ୍ୟରତ ଥିବା ଏସଡିଏମ ଜ୍ୟୋତିଙ୍କ ପତି ଆଲୋକ ହୋମାଗାର୍ଡ କମାଣ୍ଡାଣ୍ଟ ଦୁବେଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ତା’ପରେ ପ୍ରୟାଗରାଜ ହୋମଗାର୍ଡ ଡିଆଇଜି ଉକ୍ତ ମାମଲାର ଯାଞ୍ଚ କରି ରିପୋର୍ଟ ଦାଖଲ କରିଥିଲେ । ଉକ୍ତ ରିପୋର୍ଟ ଆସିବା ପରେ ହୋମଗାର୍ଡ ଡିଜି ଦୁବେଙ୍କୁ ସସପେଣ୍ଡ ନେଇ ସୁପାରିଶ କରିଥିଲେ । ଉକ୍ତ ସୁପାରିଶ ପରେ ୨ ମାସ ପର୍ଯ୍ୟନ୍ତ ଉକ୍ତ ଫାଇଲ ଚାପି ହୋଇ ରହିଥିଲା । ଏହା ମଧ୍ୟରେ ଦୁବେଙ୍କୁ ସସପେଣ୍ଡ କରିବାକ ନେଇ ଜେଲ ମନ୍ତ୍ରୀ ଧର୍ମବୀର ପ୍ରଜାପତି ଗତ ସପ୍ତାହରେ ଆଦେଶ ଦେଇଥିଲେ । ଏହା ପରେ ଦୁବେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.