fbpx
BSKY
BJD SHG SKY
BJD YOUTH SKY

World Cup ସେମି ଫାଇନାଲରୁ ବାଦ୍ ପଡ଼ିଲା ଆଫଗାନିସ୍ତାନ: ଷଷ୍ଠ ସ୍ଥାନରେ ଶେଷ କଲା ବିଶ୍ୱକପ ଯାତ୍ରା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାସ୍ତ ହୋଇ ବିଶ୍ୱକପ ଯାତ୍ରା ଶେଷ କରିଛି ଆଫଗାନିସ୍ତାନ । ଟୁର୍ଣ୍ଣାମେଣ୍ଟରେ ୪ଟି ବିଜୟ ସହିତ ଷଷ୍ଠ ସ୍ଥାନରେ ରହି ଆଫଗାନୀ ଦଳ ଏହି ଯାତ୍ରାରୁ ବିଦାୟ ନେଇଛି । ସେମି ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନକୁ କଡ଼ା ଟକ୍କର ଦେବା ପରେ ମଧ୍ୟ ଶେଷରେ ପଛକୁ ପେରିଛି ଶାହିଦି ସେନା । ଓମରଜାଇଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଦଳର ଦମଦାର ବୋଲିଂ ମଧ୍ୟ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଆଗରେ ଫେଲ ମାରିଛି । ତେବେ ଦକ୍ଷିଣ ଆଫ୍ରିକା ପୂର୍ବରୁ ସେମି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଏହି ମ୍ୟାଚରେ ବିଜୟ ହାସଲ ପାଇଁ ଖୁବ ସଂଘର୍ଷ କରିବାକୁ ପଡ଼ିଛି ।

ଷ୍ଟାର ଅଲରାଉଣ୍ଡର ଓମରଜାଇଙ୍କ ବିସ୍ଫୋରକ ଅର୍ଦ୍ଧଶତକ(୯୭) ବଳରେ ୨୪୫ ରନର ସମ୍ମାନଜନକ ଟାର୍ଗେଟ ଦେଇଥିଲା ଆଫଗାନିସ୍ତାନ । ତେବେ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଖୁବ ସଂଘର୍ଷ କରିଛି ଦକ୍ଷିଣ ଆଫ୍ରିକା । ଶକ୍ତିଶାଳୀ ବ୍ୟାଟିଂ ୟୁନିଟ ଥିବା ପରେ ମଧ୍ୟ ଏହି ମ୍ୟାଚକୁ ଏହି ଟାର୍ଗେଟ ହାସଲ କରିବାରେ ୫ଟି ୱିକେଟ ହରାଇଛି ବାଭୂମା ବ୍ରିଗେଡ । ତେବେ ରସି ଭାନ୍ ଦର ହୁସେନଙ୍କ ଅର୍ଦ୍ଧଶତକ ବଳରେ ମ୍ୟାଚରେ ବିଜୟ ହାସଲ କରିଛି ସାଉଥ ଆଫ୍ରିକା । ୯୫ ବଲରୁ ୭୬ ରନର ଏକ ମ୍ୟାଚ ୱିନିଙ୍ଗ ପାଳି କେଳିଛନ୍ତି ହୁସେନ୍ । ଏହି ଇନିଂସରେ ୬ଟି ଚୌକା ସହ ଗୋଟିଏ ଛକା ସାମିଲ ରହିଛି । ତେବେ ହୁସେନଙ୍କ ବ୍ୟତୀତ କ୍ୱିଣ୍ଟନ୍ ଡି’କକ୍ ୪୧ ରନ୍ କରିଥିବା ବେଳେ ଆଣ୍ଡିଲେ ଫେଲୁକ୍ୱାଓ ୩୯ ରନ୍ ସଂଗ୍ରହ କରିଛନ୍ତି ।

ତେବେ ବିଜୟ ହାସଲ କରିବା ପରେ ମଧ୍ୟ ଦକ୍ଷିଣ ଆଫ୍ରିକା ଏଥିରେ ଖୁସି ହୋଇ ପାରିବ ନାହିଁ । ଆଫଗାନିସ୍ତାନର ଛୋଟ ଟାର୍ଗେଟକୁ ହାସଲ କରିବାରେ ୪୮ ଓଭର ନେଇଥିବା ବେଳେ ୫ଟି ୱିକେଟ ହରାଇ ବିଜୟୀ ହୋଇଛି ସାଉଥ ଆଫ୍ରିକା । ତେବେ ଷ୍ଟାର ସ୍ପିନର ରାଶିଦ ଖାନ୍ ଏବଂ ମହମ୍ମଦ ନବୀ ୨ଟି ଲେଖାଏଁ ସଫଳତା ହାସଲ କରିଥିବା ବେଳେ ମୁଜୀବ ଉର ରହମାନ ଗୋଟିଏ ୱିକେଟ ନି୍ଜ ନାମରେ କରିଛନ୍ତି ।

ତେବେ ଏହି ପରାଜୟ ସହ ସେମି ଫାଇନାଲରୁ ବାଦ୍ ପଡ଼ ବିଶ୍ୱକପ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପକାଇଛି ଆଫଗାନିସ୍ତାନ । ସେପଟେ ନ୍ୟୁଜିଲାଣ୍ଡର ରାସ୍ତାରୁ ଆଉ ଏକ ପ୍ରତିଦ୍ୱନ୍ଦୀ ହଟିବା ପରେ ଦଳକୁ ସେମିର ଆଉ ଏକ ପାଦ ନିକଟତର ହୋଇଛି କିୱି ଦଳ । ବର୍ତ୍ତମାନ ଆସନ୍ତାକାଲି ହେବାକୁ ଥିବା ପାକିସ୍ତାନ-ଇଂଲଣ୍ଡ ମ୍ୟାଚରେ ପାକିସ୍ତାନ ଉପରେ ସମସ୍ତଙ୍କ ନଜର ରହିବ । ଏହି ମ୍ୟାଚରେ ହିଁ ବିଶ୍ୱକପର ଚତୁର୍ଥ ସେମି ଫାଇନାଲିଷ୍ଟ ଦଳ ପାଇବ ବିଶ୍ୱକପ ।

Get real time updates directly on you device, subscribe now.