fbpx
BSKY SKY
BSKY SKY

ପାକିସ୍ତାନ କେମିତି ସେମିରେ ପହଞ୍ଚିବ: ଇଂଲଣ୍ଡ ବିପକ୍ଷ ମ୍ୟାଚ ଉପରେ ସାରା ବିଶ୍ୱର ନଜର, କ’ଣ କହୁଛି ନିୟମ

BSKY

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେମିଫାଇନାଲକୁ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଉନ୍ନୀତ ହୋଇ ସାରିଥିବା ବେଳେ କେବଳ ଚତୁର୍ଥ ଟିମ୍ ଉପରେ ସଭିଙ୍କ ନଜର । ଚଳିତ ବିଶ୍ୱକପର ସେମିଫାଇନାଲ ପୂର୍ବରୁ ଆଉ ମାତ୍ର ୩ଟି ମ୍ୟାଚ ବାକି ରହିଥିବା ବେଳେ ନଭେମ୍ବର ୧୧ରେ ହେବାକୁ ଥିବା ପାକିସ୍ତାନ-ଇଂଲଣ୍ଡ ମ୍ୟାଚ ନିର୍ଣ୍ଣାୟକ ସାଜିବ ।

ନ୍ୟୁଜିଲାଣ୍ଡ ୯ଟି ମ୍ୟାଚରୁ ୫ଟିରେ ଜିତି ୧୦ ପଏଣ୍ଟ ହାସଲ କରିଥିବା ବେଳେ ଇଂଲଣ୍ଡ ବିପକ୍ଷରେ ଜିତିଲେ ପାକିସ୍ତାନର ମଧ୍ୟ ୧୦ ପଏଣ୍ଟ ହୋଇଯିବ । ଯଦି ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ପରାସ୍ତ ହୁଏ, ତେବେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମୁକାବିଲା ହେବ । ନ୍ୟୁଜିଲାଣ୍ଡର ମଜବୁତ ନେଟ୍ ରନରେଟ୍ ଏବେ ପାକିସ୍ତାନ ପାଇଁ କଣ୍ଟା ସାଜିଛି । ଏଠାରେ ପ୍ରଶ୍ନ ଉଠେ, ସେମିରେ ପହଞ୍ଚିବାକୁ ହେଲେ ପାକିସ୍ତାନକୁ କ’ଣ କରିବାକୁ ପଡ଼ିବ? ପାକିସ୍ତାନକୁ ସେମିରେ ପହଞ୍ଚିବାକୁ ହେଲେ କିଛି ଚମତ୍କାର କରିବାକୁ ପଡ଼ିବ ।

ତେବେ ସେମିରେ ପହଞ୍ଚିବାକୁ ହେଲେ ପାକିସ୍ତାନ ନିକଟରେ ଯେଉଁ ଲକ୍ଷ୍ୟ ରହିଛି ତାହା ଏକପ୍ରକାର ଅସମ୍ଭବ କାର୍ଯ୍ୟ । ସେଥିପାଇଁ ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରି ୩୦୦ ରନର ଟାର୍ଗେଟ ଦେବାକୁ ପଡ଼ିବ ଓ ଇଂଲଣ୍ଡକୁ ୧୩ ରନରେ ଚାପି ରଖିବାକୁ ପଡ଼ିବ । ସେହିପରି ୪୦୦ ରନର ଟାର୍ଗେଟ ଦେଇ ଇଂଲଣ୍ଡକୁ ୧୧୨ ରନରେ, ୪୫୦ ରନର ଟାର୍ଗେଟ ଦେଲେ ୧୬୨ ରନରେ ଓ ୫୦୦ ଟନର ଟାର୍ଗେଟ ଦେଇ ଇଂଲଣ୍ଡକୁ ୨୧୧ ରନରେ ସୀମିତ ରଖିବାକୁ ପଡ଼ିବ ।

 

Get real time updates directly on you device, subscribe now.