fbpx

ଲିପଷ୍ଟିକରେ ରହିଛି କ୍ୟାନ୍ସର ତତ୍ତ୍ୱ, ସଂସ୍ପର୍ଶରେ ଆସିବା ଦ୍ୱାରା ମହିଳା ହୁଅନ୍ତି ନିସନ୍ତାନ: ରିସର୍ଚ୍ଚ

ଦୈନନ୍ଦିନ ଜୀବନରେ ଆମେ ରାସାୟନିନିକ ପଦାର୍ଥର ବହୁଳ ବ୍ୟବହାର କରିଥାଉ । ବ୍ୟବହାର କରୁଥିବା କସମେଟିକ ପ୍ରଡକ୍ଟ ଠାରୁ ଆରମ୍ଭ କରି ବେଶପୋଷାକ ଯାଏଁ ସବୁ ରାସାୟନିକ ଜିନିଷରେ ପ୍ରସ୍ତୁତ କରାଯାଉଛି । ରାସାୟନିକ ପଦାର୍ଥ ମଧ୍ୟରୁ ଆମେ ପିଏଫଏଏସ ବା ପରଫ୍ ଲୁରୋଆଲକାଇଲ୍ ଆଣ୍ଡ ପଲିଫ୍ଲୁରୋଆଲକାଇଲ ସବଷ୍ଟାନ୍ଥସକୁ ବହୁଳ ବ୍ୟବହାର କରିଥାଉ । ଏହା ‘ଫର୍ ଏଭର କେମିକାଲ’ ନାମରେ ମଧ୍ୟ ପରିଚିତ ।

ଆପଣ ଜାଣିଛନ୍ତି କି ଏହି ରାସାୟନିକ କେମିକାଲ ଆମ ଶରୀର ପ୍ରତି ଅତ୍ୟନ୍ତ ବିପବିଜ୍ଜନକ । ଏହି କେମିକାଲ ଆମ ଡେ ଟୁଡେ ଲାଇଫରେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀରେ ବହୁଳ ବ୍ୟବହାର କରାଯାଏ । ବିଶେଷକରି ୱାଟରଫ୍ରୁଫ୍ କସମେଟିକ ବଡି ଲୋଶନ, ସନସ୍କ୍ରିମ, ଲିପଷ୍ଟିକ, ନେଲ ପଲିସ, ଫାଉଣ୍ଡେସନ, ଆଇଶ୍ୟାଡୋ, ମସ୍କାରା ଇତ୍ୟାଦିରେ କରେ ପିଏଫଏଏସ ରହିଥାଏ । ୱାଟରଫ୍ରୁପ୍ ଯୋଗୁ ପାଣି ସଂସ୍ପର୍ଶରେ ଆସିଲେ ଏଥିରେ କିଛି ପ୍ରଭାବ ପଡି ନ ଥାଏ ।

ଏକ ଅଧ୍ୟୟନରୁ ଜଣାପଡିଛି କି, ଏହି ରାସାୟନିକ ତତ୍ତ୍ୱରେ କ୍ୟାନସର ତତ୍ତ୍ୱ ରହିଛି । ଯାହା ପିଲା ଠାରୁ ଆରମ୍ଭ କରି ମହିଳା ଓ ବୃଦ୍ଧ ପର୍ଯ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ସେଣ୍ଟର ଫର୍ ଡିଜିଜି କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଅନୁସାରେ, ପିଏଫ୍ଏଏସ ରାସାୟନିକ ତତ୍ତ୍ୱ ମଣିଷର ରକ୍ତରେ ପାଣି, ଖାଦ୍ୟ, ପବନ ଆଦି ଜରିଆରିରେ ଶରୀରରେ ପ୍ରବେଶ କରିଥା ଏ ।

୨୦୧୬ରେ କାନାଡାରେ, ୨୦୨୨ରେ ୟୁରୋପର ଅନେକ ଦେଶ ଏହି କେମିକାଲର ବ୍ୟବହାରକୁ ନିଷେଧ କରିଥିରିଲେ । ତେବେ କେବଳ ପ୍ରସାଧନ ସାମଗ୍ରୀ ଓ କପଡାରେ ନୁହେଁ ରୋଷେଇ ଘରେ ବ୍ୟବହୃତ ବାସନ, ପାଟିକୁ ସୁଆଦ ଲାଗୁଥିବା ଷ୍ଟ୍ରିଟ୍ ଫୁଡ୍ର ପ୍ୟାକେଜିଂ କଭରରେ ମଧ୍ୟ ଏହି କେମିକାଲ ବ୍ୟବହାର ହେଉଛ । ଏହି କେମିକାଲ ସଂସ୍ପର୍ଶରେ ଅଧିକ ଆସିବା ଦ୍ୱାରା ମହିଳା ନିସନ୍ତାନ ହେବା, ମଧୁମେହ, କିଡନୀ ରୋଗ, ହର୍ମୋନ ଅସନ୍ତୁଳିତ ହେବା ଇତ୍ୟାଦି ସମସ୍ୟା ଦେଖାଯାଏ ।

Get real time updates directly on you device, subscribe now.