ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ, ରାଜ୍ୟ ବାହାରେ ମଧ୍ୟ ଚାଲିଥିଲା ରାକେଟ୍, ୫ ଗିରଫ

କଣ୍ଟାବାଞ୍ଜି: ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ କଲା ପୋଲିସ । ଏହି ମାମଲାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି ।

ସେମାନଙ୍କ ଠାରୁ ୩ଟି ଲାପଟପ୍, ବ୍ୟାଙ୍କ ପାସବୁକ୍ ସହ ୧୮ଟି ମୋବାଇଲ ଜବତ କରାଯାଇଛି । କଣ୍ଟାବାଞ୍ଜି ସହର ସହ ରାଜ୍ୟ ବାହାରେ ମଧ୍ୟ ଅନଲାଇନ୍ ବେଟିଂ ଚଲାଉଥିବା ସୂଚନା ମିଳିଛି ।