fbpx

କ୍ୟାନସର, ଏଡସ୍, ଡାଇବେଟିସ, ବ୍ରେନ ଟ୍ୟୁମର, ହାର୍ଟଆଟାକ ଠାରୁ ବି ଭୟଙ୍କର ‘ଅନଲାଇନ୍ ଠକେଇ’! ଶିକ୍ଷିତ ଗୋଷ୍ଠୀ ବେଶି ଶିକାର

ବର୍ତ୍ତମାନ ସମୟରେ ହାର୍ଟ ସମସ୍ୟା, ଗଳା ସମସ୍ୟା, ପେଟ ଯନ୍ତ୍ରଣା, ଏଡସ୍, ବ୍ରେନ ଟ୍ୟୁମର, ଗ୍ୟାଷ୍ଟ୍ରିକ, ଡାଇବେଟିସ୍, କ୍ୟାନସର ପରି ଅନେକ ଭୟଙ୍କର ରୋଗ ମଣିଷକୁ ଆକ୍ରାନ୍ତ କରୁଛି । ତେବେ ଏହି ରୋଗଠାରୁ ବି ଭୟଙ୍କର ଏକ ରୋଗ ଏବେ ସାମ୍ନାକୁ ଆସିଛି । ତାହା ହେଉଛି ‘ଅନଲାଇନ୍ ଠକେଇ’ । ଅନ୍ୟ ରୋଗର ମେଡିସିନ ଥିବାବେଳେ ଅନଲାଇନ ଫ୍ରଡର କୌଣସି ଚିକିତ୍ସା ନାହିଁ ।

ଶିକ୍ଷିତ ଲୋକମାନେ ଏଥିରେ ବେଶି ଶିକାର ହେଉଥିବା ବେଳେ କିଏ ଅଭିଯୋଗ କରୁଛି ତ ଆଉ କିଏ ନିଜର ମୁର୍ଖତା ପାଇଁ କାନମୁଣ୍ଡା ଆଉଁଶି ପଡ଼ି ରହୁଛି । କୁହାଯାଏ ଶିକ୍ଷିତ ଲୋକ ବେଶି ହୁସିହାର । ମାତ୍ର ଠକଙ୍କ ଚତୁର ଚାଲ୍ ଆଗରେ ଶିକ୍ଷିତଙ୍କ ସବୁ ବୁଦ୍ଧି ହଜିଯାଉଛି । ପୁରୁଷ, ମହିଳା ବେଶଧାରୀ ଠକମାନଙ୍କୁ ନିଜର ସମସ୍ତ ବ୍ୟକ୍ତିଗତ ଡାଟା ଦେଇ କେଇ ମିନିଟ ମଧ୍ୟରେ ଜନସାଧାରଣ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି ।

ଅପରାଧୀମାନେ ଘରେ ବସି କେଇ ସେକେଣ୍ଡ ମଧ୍ୟରେ ଜଣକର ଆକାଉଣ୍ଟ ଖାଲି କରି କାଙ୍ଗାଳ କରିଦେଉଛନ୍ତି । ପୋଲିସ ଅପରାଧୀଙ୍କ ନିକଟରେ ପହଞ୍ଚିବା ତ ଦୂରର କଥା ସେମାନଙ୍କର ୧ ପ୍ରତିଶତ ମଧ୍ୟ କ୍ଷତି କରିପାରୁନାହିଁ । ସାଂପ୍ରତିକ ସମୟରେ ସାଇବର ଠକେଇ ଆମ ସମାଜ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

ଆପଣଙ୍କର ବ୍ୟାଙ୍କ ସମ୍ପର୍କୀତ ତଥ୍ୟ ଯେପରିକି, ଏଟିଏମ ନମ୍ବର, ଆକାଉଣ୍ଟ ନମ୍ବର, ସିଭିଭି, କ୍ରେଡିଟ କାର୍ଡ ନମ୍ବର, ଓଟିପି କାହାକୁ ଦିଅନ୍ତୁ ନାହିଁ । ଯଦି କୌଣସି ଅଜଣା ଫୋନ ଆପଣଙ୍କ ପାଖକୁ ଆସୁଛି, ତେବେ ତାକୁ ଆଭଏଡ୍ କରନ୍ତୁ । ବିଦେଶରୁ ଫଣ୍ଡ ଆସିଛି, ପୁରସ୍କାର ଜିତିବା ନେଇ ଇ-ମେଲ, ଆପର କେୱାଇସି ଇତ୍ୟାଦି ବାହାନାଠାରୁ ଦୂରେଇ ରହୁନ୍ତୁ । ସର୍ବଦା ପେମେଣ୍ଟ ପାଇଁ ବ୍ୟାଙ୍କ ଆପିଲିକେସନ୍ ବ୍ୟବହାର କରନ୍ତୁ । ଯଦି କୌଣସି କାରଣରୁ ଆକାଉଣ୍ଟରୁ ଟଙ୍କା କଟିବା ନେଇ ସନ୍ଦେହ ହୁଏ, ସଙ୍ଗେ ସଙ୍ଗେ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ବା ଏଟିଏମ ସହ ଅନ୍ୟ ସେବାକୁ ମଧ୍ୟ ବ୍ଲକ କରିଦିଅନ୍ତୁ ।

Get real time updates directly on you device, subscribe now.