fbpx

ଅକ୍ଟୋବର ଆରମ୍ଭରୁ ଅନ୍‌ଲାଇନ୍‌ ପେନ୍‌ସନ୍‌ ଓ ଭବିଷ୍ୟନିଧି ଆବେଦନ ବାଧ୍ୟତାମୂଳକ

AAKASH

ଭୁବନେଶ୍ୱର : ଆସନ୍ତା ଅକ୍ଟୋବାର ପହିଲାରୁ ପେନ୍‌ସନ୍‌ ଓ ଭବିଷ୍ୟନିଧି ଆବେଦନ ଅନ୍‌ଲାଇନ୍‌ ମାଧ୍ୟମରେ ବାଧ୍ୟତାମୂଳକ ହେବ। ଆବେଦନକାରୀମାନେ କେବଳ ଅନଲାଇନ ଜରିଆରେ ଆବେଦନ କରିବେ। ସ୍ଥାନୀୟ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀଠାରେ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ଅର୍ଥ ଭିଭାଗର ମିଳିତ ଆନୁକୂଲ୍ୟରେ ପ୍ରଧାନ ମହାଲେଖାକାର ଓଡ଼ିଶା ସରକାରଙ୍କ ବିତ୍ତୀୟ ପରାମର୍ଶଦାତା ଓ ଅତିରିକ୍ତ ପରାମର୍ଶଦାତାମାନଙ୍କର ଉଦଯାପନୀ କର୍ମଶାଳାରେ ଯୋଗ ଦେଇ ଅର୍ଥ ବିଭାଗ ପ୍ରମୁଖ ସଚିବ ଏହା କହିଛନ୍ତି। ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା କର୍ମଚାରୀମାନଙ୍କର ଇ- ସେବା ପୁସ୍ତିକା ପ୍ରସ୍ତୁତ କରିବାକୁ ବିଭିନ୍ନ ବିଭାଗର ପେନ୍‌ସନ୍‌ ମଞ୍ଜୁର ଅଧିକାରୀଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ନିର୍ଦ୍ଦେଶ ଦେଇଛନ୍ତି l ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅଡିଟରମାନେ ଏଣିକି କେବଳ ଅଡିଟ୍‌ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.