fbpx

ୟୁଟ୍ୟୁବ ଭିଡିଓକୁ ଲାଇକ୍ କରିବା ଓ ଗୁଗୁଲ ରିଭ୍ୟୁ ଲେଖିବା ପରି କାମ ଦେଇ ଲୁଟି ନେଇଛନ୍ତି ୭୦୦ କୋଟି, ଇଂଜିନିୟର,ଡାକ୍ତର, ପ୍ରଫେସର ବି ହୋଇଛନ୍ତି ଲୁଟର ଶିକାର

Advertisement

ନୂଆଦିଲ୍ଲୀ: ସାଇବର ଠକ ମାନେ ଏପରି ଚାଲ୍ ଚଲାଉଛନ୍ତି ସେଥିରେ ଇଂଜିନିୟର,ଡାକ୍ତର ଠାରୁ ପ୍ରଫେସର ପର୍ଯ୍ୟନ୍ତ ସମସ୍ତେ ଫଶି ଯାଉଛନ୍ତି । ପୁଣି ଏପରି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଚାଇନିଜ୍ ଅପରେଟର ୧୫ ହଜାରରୁ ଅଧିକ ଲୋକଙ୍କୁ ଅନଲାଇନ୍ ଜାଲରେ ଫସାଇ ୭୦୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛି । ସହଜ ଉପାୟରେ ପଇସା କମାଇବାର ଲୋଭ ଦେଖାଇ ଏପରି ଠକାମୀ କରାଯାଇଛି । ଏହି ଠକର ଜାଲରେ କେବଳ ଶିକ୍ଷିତ ନୁହଁନ୍ତି ବହୁ ସାଧାରଣ ଓ ଅଶିକ୍ଷିତ ଲୋକ ବି ଫଶି ଯାଇଛନ୍ତି । ଏପରିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ସଫ୍ଟୱେୟାର ଇଂଜିନିୟର ବି ଏହି ଜାଲରେ ପଡି ଯାଇଛନ୍ତି ।

ହାଇଦ୍ରାବାଦ ପୋଲିସ କମିଶନର ସିଭି ଆନନ୍ଦ କହିଛନ୍ତି ସାଇବର ଠକ ଲୋକଙ୍କୁ ବହୁତ ସହଜ ଉପାୟରେ ପଇସା ରୋଜଗାର କରିବାକୁ ଲୋଭ ଦେଖାଇ ଏହିପରି ଠକାମୀ କରିଛନ୍ତି । ଏଥିରେ ୟୁଟ୍ୟୁବ ଭିଡିଓକୁ ଲାଇକ୍ କରିବା ଓ ଗୁଗୁଲ ରିଭ୍ୟୁ ଲେଖିବା ପରି କାମ ଦିଆଯାଇଥାଏ । ପୋଲିସ କହିଛି କ୍ରିପ୍ଟୋ ୱାଲେଟ୍ ଫ୍ରଡ୍ ଜରିଆରେ ଚାଇନିଜ୍ ଅପରେଟର ଏ ପର୍ଯ୍ୟନ୍ତ ପ୍ରାୟ ୭୧୨ କୋଟି ଲୁଟି ନେଇ ସାରିଲେଣି । ଏହି ମାମଲାରେ ଦେଶର ବିଭିନ୍ନ କ୍ଷେତ୍ରରୁ ୯ ଜଣଙ୍କୁ ଗିରଫ କରାଯାଇଛି ।

ଶୀଘ୍ର ପଇସା କମାଇବାର ଲୋଭରେ ପଡି ଜଣେ ସଫ୍ଟୱେୟାର ପ୍ରଫେସନାଲ ୮୨ ଲକ୍ଷ ଟଙ୍କା ହରାଇଛନ୍ତି । ଏ ପର୍ଯ୍ୟନ୍ତ ଏହି ସ୍କାମରେ ବହୁ ଡାକ୍ତର, ଇଂଜିନିୟର ଓ ପ୍ରଫେସର ଫଶି ସାରିଛନ୍ତି । ପୋଲିସ କହିଛି ସହଜରେ ପଇସା କମାଇବାର ଲୋଭ ହିଁ ଏମାନଙ୍କ ଲାଗି କାଳ ସାଜିଛି । ହାଇଦ୍ରାବାଦର ଜଣେ ଅଧିବାସୀ ପୋଲିସକୁ ଅଭିଯୋଗ କରିଛନ୍ତି, ସାଇବର ଠକମାନେ ରେଟ୍ ଆଣ୍ଡ ରିଭ୍ୟୁ କାମ କରିବା ଲାଗି ଏକ ପାର୍ଟ ଟାଇମ୍ ଜବ୍ ଅଫର କରିଥାନ୍ତି । ଏକ ମେସେଜିଂ ଆପ୍ ଜରିଆରେ କିଛି ଭିଡିଓ ଦେଖିବା ଓ ତାହାର ରେଟିଂ ଓ ରିଭ୍ୟୁ କରିବାକୁ କୁହାଯାଏ । ଏହି ସହଜ କାମ ଲାଗି ୧୦୦୦ଟଙ୍କା ନିବେଶ କରିବାକୁ ଓ ୫ ଷ୍ଟାର ରେଟିଂ ଦେବାକୁ କୁହାଯାଏ । ଏହାପରେ ୮୬୬ ଟଙ୍କା ପ୍ରଫିଟ୍ ମିଳିଥାଏ ।ଏହାକୁ ପରବର୍ତ୍ତୀ ସମୟରେ ବୃଦ୍ଧି କରି୨୫ ହଜାର କରିଦିଆଯାଏ ଓ ଲାଭ ୨୦ ହଜାର ଦିଆଯାଏ । କିନ୍ତୁ ଲାଭ ପଇସା ଉଠାଇବାକୁ ଅନୁମତି ଦିଆଯାଏ ନାହିଁ । ଏହାପରେ ନିବେଶ ଓ ଲାଭକୁ ମିଶାଇ ୨୮ ଲକ୍ଷ କରିଦିଆଯାଏ ଓ ପୁରା ପଇସା ଲୁଟି ନିଆଯାଏ ।

ପୋଲିସ ଏବେ ଏହିପରି ୧୫ ହଜାର ଲୋକଙ୍କୁ ଚିହ୍ନଟ କରିଛି ଯେଉଁମାନେ ଟେଲିଗ୍ରାମ ଓ ହ୍ୱାଟସଆପ ପରି ପ୍ଲାଟଫର୍ମ ଜରିଆରେ ବର୍ଷକରେ ୫ରୁ ୬ ଲକ୍ଷ ହରାଇ ଦେଇଛନ୍ତି । ପ୍ରଥମରୁ ଏମାନେ ୫୦୦୦ କିମ୍ବା ଏହାଠାରୁ କମ୍ ଅର୍ଥ ଜମା କରିବାକୁ କହିଥାନ୍ତି ଓ ଏହା ଉପରେ ମୋଟା ରିଟର୍ଣ୍ଣ ବି ଦେଇଥାନ୍ତି । ଥରେ ଏମାନଙ୍କ ଜାଲରେ ଫଶିଗଲେ ନିବେଶ ଅର୍ଥ ବଢାଇ ଦେଇଥାନ୍ତି ।

Get real time updates directly on you device, subscribe now.