fbpx

ଗାଡି ଚାଳକ ଆଶ୍ୱସ୍ତ! ଏଣିକି ଅନଲାଇନରେ ଗୋଟିଏ ଥରରେ ସବୁ ଫି’

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ଆରଟିଓ ଅଫିସର ସମସ୍ତ ଫି’ କାଲିଠାରୁ ଅନଲାଇନରେ ଗ୍ରହଣ କରାଯିବ । ଡିଏଲ୍, ଆରସି, ପରମିଟ ଭଳି ସବୁ ଫି’ ଏକାଥରକେ ଦାଖଲ କରିପାରିବେ ଚାଳକ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପରିବହନ କମିଶନର ।

ତେବେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଆସନ୍ତାକାଲିଠାରୁ ଏହି ଏକକ ରସିଦ୍ ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି । ପୂର୍ବରୁ ଆବେଦନକାରୀମାନେ ଅନଲାଇନରେ ଦେୟ ଦେଇପାରୁଥିଲେ ମଧ୍ୟ ସେବା ପ୍ରଦାନକାରୀ ସ˚ସ୍ଥାର ଦେୟ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟର କାଉଣ୍ଟରକୁ ଆସି ଅଲଗା ଦେବାକୁ ପଡ଼ୁଥିଲା । କିନ୍ତୁ ଏଣିକି ଆଉ କୌଣସି ଦେୟ ଦେବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଧାଡ଼ି ଲଗାଇ ଭିଡ଼ରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.