fbpx

ଗୁଳିମାଡ଼ରେ ଡାକ୍ତର ଗୁରୁତର

ଖୋର୍ଦ୍ଧା, ୧୫ା୧୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧାରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଗୁଳି କରାଯାଇଥିବା ସୂଚନା ମିଳିଛି । ଶିଶୁ ରୋଗୀ ବିଶେଷଜ୍ଞ ମାନସ ଦାସଙ୍କୁ ଗୁଳିମାଡ଼ ହୋଇଛି । ଡାକ୍ତର ଜଣକ କ୍ଲିନିକରେ ଥିବା ବେଳେ ଗୁଳିମାଡ଼ କରିଥିଲେ ଦୁବୃର୍ତ୍ତ । ତାଙ୍କ ସହ ସେଠାରେ ଥିବା କର୍ମଚାରୀ ମଧ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି । ଡାକ୍ତର ଓ କର୍ମଚାରୀ ଗୁରୁତର ଅବସ୍ଥା ହୋଇଯାଇଥିବାରୁ ଖୋର୍ଦ୍ଧାରୁ ଭୁବନେଶ୍ୱର ଡ଼ାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା କରାଯାଉଛି । ଦୁଇଜଣ ଦୁବୃର୍ତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । କିନ୍ତୁ ଗୁଳିମାଡ଼ କରିଥିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ସିସିଟିଭି ଫୁଟେଜ ଜବତ କରି ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.