fbpx

SCB OPDରେ ଆରମ୍ଭ ହେବ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ, ଆସନ୍ତା ମେ’ ୯ ତାରିଖରୁ ବ୍ୟବସ୍ଥାର ହେବ ଶୁଭାରମ୍ଭ

Advertisement

କଟକ: ଆସନ୍ତା ମେ ୮ରୁ ଏସସିବିରେ ଆରମ୍ଭ ହେବ ଓପିଡି ନ୍ଲାଇନ୍ ସ୍ଲଟ୍ ବୁକିଂ । eswasthya.odisha.gov.in ପୋର୍ଟାଲ ମାଧ୍ୟମରେ ଲୋକେ ଏହି ସୁବିଧାର ଲାଭ ଉଠାଇପାରିବେ । ଏଥିରେ ଓପିଡି ଟିକେଟ୍‌ ରେଜିଷ୍ଟ୍ରେସନ୍‌ର ସୁବିଧା ପାଇପାରିବେ ରୋଗୀ । ବୁହତ୍ ଦିନରୁ ଲୋକେ ଏହି ସୁବିଧା ପାଇଁ ଦାବି କରିଆସୁଥିଲେ ।

ଏନେଇ ସୂଚନା ଦେଇଛନ୍ତି ଏସସିବି ମେଡିକାଲ ରେଜିଷ୍ଟ୍ରର ଡା. ଅଭିନାଶ ରାଉତ୍ ସୂଚନା ଦେଇଛନ୍ତି । ଅନଲାଇନ୍ ଟିକେଟ ବୁକିଂ କରିବା ପାଇଁ ଲୋକେ ଇସ୍ୱାସ୍ଥ୍ୟ ପୋର୍ଟାଲରେ ଯାଇ ଆବଶ୍ୟକ ତଥ୍ୟ ଦେଇ ଏହି ସୁବିଧା ନେଇ ପାରିବେ । ଏହି ସୁବିଧା ଆରମ୍ଭ ହେବା ପରେ ରୋଗୀଙ୍କୁ ଆଉ ଘଣ୍ଟାଘଣ୍ଟା ଧରି ଖରାରେ ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ । ବର୍ତ୍ତମାନ ଲୋକେ ଅନଲାଇନ୍ ରେ ଟିକେଟ୍ ବୁକିଂ କରି ଯେ କୌଣସି ବିଭାଗରୁ ଚିକିତ୍ସା ପାଇପାରିବେ ।

Get real time updates directly on you device, subscribe now.