fbpx

କରୋନା ଆତଙ୍କ: ଘରୁ ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଭୁବନେଶ୍ୱର, ୨୪ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । ତେଣୁ ଅନଲାଇନ ମାଧ୍ୟମରେ ପାଠପଢ଼ା ହେବା ନେଇ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି କୌଣସି କଲେଜ ଖୋଲାଯାଇ ନାହିଁ । କିନ୍ତୁ ଏଣିକି ଅନଲାଇନରେ ଘରେ ରହି ଦିବ୍ୟାଙ୍ଗ ଅଧ୍ୟାପକ ପାଠ ପଢ଼ାଇ ପାରିବେ । କଟକଣା ସମୟରେ ଅଧ୍ୟାପକମାନେ କଲେଜକୁ ଆସିବା ଆବଶ୍ୟକତା ନାହିଁ । ରାଜ୍ୟର ସମସ୍ତ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଏନେଇ ସଚିବ ଚିଠି ଲେଖିଛନ୍ତି ।

Get real time updates directly on you device, subscribe now.