fbpx

କେବଳ NET କ୍ୱାଲିଫାଏଡ୍ ପ୍ରାର୍ଥୀ ହୋଇପାରିବେ Assistant Professor, ଜାଣନ୍ତୁ UGCର ନୂଆ ନିୟମ

ନୂଆଦିଲ୍ଲୀ: ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଜାରି କରାଯାଇଛି । ଦେଶର ୟୁନିଭିର୍ସିଟି ଓ କଲେଜଗୁଡ଼ିକରେ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ଭର୍ତ୍ତି ପାଇଁ ନିର୍ଦ୍ଧାରିତ ଯୋଗ୍ୟତାର ସର୍ତ୍ତରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏନେଇ ଅନେକ ଥର ନିୟମରେ ପରିବର୍ତ୍ତନ କରାଯାଇଥିବାରୁ ତାହାକୁ ଶିକ୍ଷକମାନେ ବିରୋଧ କରିଆସୁଥିଲେ । ତେବେ ଇତିମଧ୍ୟରେ ଯୋଗ୍ୟ ଆଶାୟୀଙ୍କ ପାଇଁ ୟୁଜିସି ପକ୍ଷରୁ ନିୟମରେ କୋହଳ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବର୍ତ୍ତମାନ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ଭର୍ତ୍ତି ପାଇଁ ପିଏଚଡି ବାଧ୍ୟତାମୂଳକ ହେବ ନାହିଁ । ଯଦି ଆପଣଙ୍କ ପାଖରେ ପିଏଚଡି ଡିଗ୍ରୀ ନାହିଁ ଓ ଅନ୍ୟ ସମସ୍ତ ଯୋଗ୍ୟତା ପୂରଣ କରୁଛନ୍ତି ତା’ହେଲେ ଆପଣ ଏହି ପଦ ପାଇଁ ଆବେଦନ କରିପାରିବେ । ପୂର୍ବରୁ ୨୦୨୧ ଜୁଲାଇ ୧ରେ ପିଏଚଡି ବାଧ୍ୟତାମୂଳକ ବୋଲି ୟୁଜିସି ଲାଗୁ କରିଥିଲା । ଏହି ନିୟମ ପ୍ରଭାବରେ ହଜାର ହଜାର ପ୍ରାର୍ଥୀ ପିଏଚଡି ଡିଗ୍ରୀ ନଥିବା କାରଣରୁ ସୁଯୋଗ ହରାଇଥିଲେ । ମାତ୍ର ପୁଣି ଥରେ ଏହି ନୂଆ ନିୟମ ଲାଗୁ ହେବା ଫଳରେ ଉକ୍ତ ଆଶାୟୀମାନେ ସୁଫଳ ପାଇପାରିବେ । ସୂଚନାଯୋଗ୍ୟ ଯେ, ଏହି ପଦ ପାଇଁ ସମ୍ପୃକ୍ତ ବିଷୟରେ ମାଷ୍ଟର ଡିଗ୍ରୀ ସହ ଜାତୀୟ ଏଲିଜିବିଲିଟି ଟେଷ୍ଟ (ନେଟ) କ୍ୱାଲିଫାଏ ହେବା ଜରୁରୀ । ଆସନ୍ତା ୨୦୨୩ ଜୁଲାଇ ୧ ପର୍ଯ୍ୟନ୍ତ ଏହି ପାଇଁ ପିଏଚଡି ବାଧ୍ୟତାମୂଳକ ହେବ ନାହିଁ । ଏହି ଅବଧି ମଧ୍ୟରେ ବାହାରିବାକୁ ଥିବା ନିଯୁକ୍ତିରେ ଆଶାୟୀମାନେ ବିନା ପିଏଚଡିରେ ମଧ୍ୟ ଆବେଦନ କରିପାରିବେ । କରୋନା କାରଣରୁ ବିଶ୍ୱବିଦ୍ୟାଳୟଗୁଡ଼ିରେ ଖାଲି ପଡ଼ିଥିବା ପଦକୁ ଦୃଷ୍ଟିରେ ରଖି କିଛିଦିନ ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଏଚଡି ବାଧ୍ୟତାମୂଳକ ଉପରେ ରୋକ ଲଗାଇଥିଲେ ।

Get real time updates directly on you device, subscribe now.