fbpx

ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ

ଭୁବନେଶ୍ୱର: ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସକାଳ ସାଢ଼େ ୭ଟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ଏହି ସୂଚନା ଦେଇ କହିଛନ୍ତି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍‍ ସକାଳ ସାଢ଼େ ୭ଟାରୁ ଖୋଲି ସାଢ଼େ ୫ଟାରେ ବନ୍ଦ ହେବ। ତେବେ ପ୍ରତି ସୋମବାର ନନ୍ଦନକାନନ ପୂର୍ବଭଳି ବନ୍ଦ ରହିବ।

ସେହିପରି ଆଗକୁ ଖରା ବଢିବାକୁ ଥିବା ବେଳେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଆସନ୍ତା ୧୧ ତାରିଖରୁ ପାଠପଢ଼ା ସକାଳୁଆ କରିବାକୁ ସରକାର ନିଷ୍ପତି ନେଇଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଆସନ୍ତାକାଲିଠାରୁ ପ୍ରଥମରୁ ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହେଉଛି । ତେବେ ଆଗକୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୧ ତାରିଖରୁ ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ଦିନ ୧୧ଟା ୩୦ପର୍ଯ୍ୟନ୍ତ ଚାଲିବ ।

ଏଥିସହ ବିଦ୍ୟାଳୟ ଗୁଡ଼ିକରେ ସ୍ୱଚ୍ଛ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ସକାଶେ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷମାନେ ଯତ୍ନବାନ୍‍ ହେବାକୁ କୁହାଯାଇଛି। ତେବେ କୋର୍ଟ ବ୍ୟକ୍ତିଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସେ ସାତ ବର୍ଷରୁ ଚାରି ମାସରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି । କାରଣ ମାମଲାର ଶୁଣାଣି କଚ୍ଛପ ଗତିରେ ଚାଲିଛି ।

ନିକଟରେ ସଂସଦରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଇଥିାବ ତଥ୍ୟ ଅନୁଯାୟୀ, ଜାତୀୟ ଅପରାଧ ବ୍ୟୁରୋ କହିଛି ଯେ ୨୦୨୧ ସୁଦ୍ଧା ୫,୫୪,୦୩୪ ରୁ ଅଧିକ କଏଦୀ ଜେଲରେ ରହିଛନ୍ତି । ଯେତେବେଳେ କି ଦେଶର ଥିବା ଜେଲ୍ ଗୁଡ଼ିକର ମୋଟ କ୍ଷମତା ୪,୨୫,୦୬୯ । ସେଥିମଧ୍ୟରୁ ୧,୨୨,୮୫୨ କଏଦୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ଅବଶିଷ୍ଟ ୪,୨୭,୧୬୫ କଏଦୀଙ୍କ ବିଚାର ଚାଲିଛି ।

Get real time updates directly on you device, subscribe now.