fbpx
BJD
BJD SKY
BJD SKY

ହାମାସ ଆତଙ୍କବାଦୀଙ୍କ ବିରୁଦ୍ଧରେ ଇସ୍ରାଏଲ୍ ଆରମ୍ଭ କଲା ‘Operation Iron Swords’, ଚାଲିଛି ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ: ପାଲେଷ୍ଟାଇନର ହାମାସ ସଂଗଠନ ପକ୍ଷରୁ ଇସ୍ରାଏଲ୍ ଉପରେ ରକେଟ୍ ମାଡ ପରେ ଇସ୍ରାଏଲ୍ ଏହାର ଜବାବରେ ଘୋଷଣା କଲା ‘ଅପରେସନ ଆଇରନ ସୋର୍ଡସ୍‌’ । ଗାଜାରୁ ହାମାସ ଆତଙ୍କବାଦୀଙ୍କ ଦ୍ୱାରା ଜବରଦସ୍ତ ଅନୁପ୍ରବେଶ ଓ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ୍ ନିଜ ଦେଶରେ ଯୁଦ୍ଧ ଘୋଷଣା କରି ଦେଇଛି । ଇସ୍ରାଏଲର ଏୟାରଫୋର୍ସ ଡର୍ଜନ ଡର୍ଜନ ଫାଇଟର ଜେଟ୍ ସହାୟତାରେ ଗାଜାଷ୍ଟ୍ରିପର ବିଭିନ୍ନ ସ୍ଥାନରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଉପରେ ଆକ୍ରମଣ ଆରମ୍ଭ କରି ଦେଇଛି ।

ଇସ୍ରାଏଲର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗାଜାଷ୍ଟ୍ରିପରେ ହାମାସ ସଂଗଠନର ଡର୍ଜନ ଡର୍ଜନ ଯୁଦ୍ଧ ବିମାନ ଇସ୍ରାଏଲ୍ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ । ଏହାର ଜବାବରେ ଇସ୍ରାଏଲ ଏହି ଯୁଦ୍ଧ ଘୋଷଣା କରିଛି ।

ଏବେ ଇସ୍ରାଏଲ ଜରୁରୀକାଳୀନ ପରିସ୍ଥିତିରେ ଥିବା ବେଳେ ଦେଶର ବିରୋଧୀ ଦଳର ନେତା ମଧ୍ୟ ହମାସ ବିରୁଦ୍ଧରେ ଇସ୍ରାଏଲର ଏହି ଆକ୍ରମଣକୁ ସମର୍ଥନ କରିଛନ୍ତି । ଇସ୍ରାଏଲ ସେନା ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଦେଶର ଦକ୍ଷିଣ ଓ ମଧ୍ୟ କ୍ଷେତ୍ରରେ ସାଇରନ୍ ବଜାଇ ଚେତାବନୀ ଜାରି କରିଥିଲେ । ଜନତାଙ୍କୁ ଆଶ୍ରୟ କେନ୍ଦ୍ରରେ ରହିବାକୁ ନିବେଦନ କରାଯାଇଥିଲା । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି କି ଗାଜାପଟ୍ଟୀରୁ ବହୁ ଆତଙ୍କବାଦୀ ଇସ୍ରାଏଲ ମଧ୍ୟକୁ ଜବରଦସ୍ତ ପ୍ରବେଶ କରିଛନ୍ତି ।

Get real time updates directly on you device, subscribe now.