fbpx

ବିନା ପରୀକ୍ଷାରେ ସରକାରୀ ଚାକିରିର ସୁଯୋଗ

ନୂଆଦିଲ୍ଲୀ,୨୯ ।୩: ହେଭି ଇଞ୍ଜିନିୟରିଂ କର୍ପୋରେସନରେ ଅନେକ ପଦବୀ ପାଇଁ ଆବେଦନ କରିବାକୁ କୁହାଯାଇଛି । ଏଚଇସିଏଲର ଅପ୍ରେଣ୍ଟିସରେ ୧୬୯ଟି ପଦବୀ ଖାଲି ପଡିଛି । ଗ୍ରାଜୁଏଟ୍ସ ବା ସ୍ନାତକୋତ୍ତର ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଅନଲାଇନରେ ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୦ ମାର୍ଚ୍ଚ ୨୦୨୦ । ଯଦି ଆପଣ ଏହି ପୋଷ୍ଟଗୁଡିକରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ନିକଟରେ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି ।

ଯୋଗ୍ୟତା:- ଏହି ପଦବୀ ପାଇଁ ଆବେଦନ କରିବାକୁ ଜଣେ ପ୍ରାର୍ଥୀଙ୍କର ସମ୍ପୃକ୍ତ ବିଷୟରେ ଡିପ୍ଲୋମା କିମ୍ବା ସ୍ନାତକ ଥିବା ଆବଶ୍ୟକ ।ଏହି ପଦ ଗୁଡିକରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ । କେବଳ ଯୋଗ୍ୟତା ତାଲିକା ଆଧାରରେ ଚୟନ କରାଯିବ ।

ବୟସ:- ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୪୦ ରହିଛି ।

ଆବେଦନ ଫିସ୍:-  ଆବେଦନ ପାଇଁ ଜେନେରାଲ ଓ ଓବିସି ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଦେବା ପଡିବ । କିନ୍ତୁ ଏସସି/ଏସଟି ବର୍ଗ ପ୍ରାର୍ଥୀଙ୍କୁ କୌଣସି ଫିସ୍ ଦେବାକୁ ପଡିବ ନାହିଁ । ଅଧିକ ସୂଚନା ପାଇଁ ଦେଖନ୍ତୁ ..

Get real time updates directly on you device, subscribe now.