fbpx

ଏକାଦଶ ନାମଲେଖା ପାଇଁ ପୁଣି ଆସିଲା ସୁଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରେ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ପୁଣି ସୁଯୋଗ ଆସିଛି । ଯେଉଁମାନେ କୌଣସି କାରଣରୁ ନାମ ଲେଖାଇ ନାହାନ୍ତି, ସେମାନଙ୍କୁ ସୁଯୋଗ ଦିଆଯିବ । ଏହି ୩ୟ ପର୍ଯ୍ୟୟ ନାମଲେଖା ବେଳେ ସଂରକ୍ଷଣ ନିୟମ ଲାଗୁ ହେବନାହିଁ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଫି’ ଦେଇ ଆବେଦନ କରିଥିବା ବେଳେ ଏଥର ଫି’ ଦେବାକୁ ପଡିବନି । ସେହିପରି ସ୍ଲାଇଡଅପ୍ ସୁଯୋଗରୁ ବଞ୍ଚିତ ହୋଇଥିଲେ ବିନା ଦେୟରେ ଆବେଦନ କରିପାରିବେ ।

ତେବେ ନଭେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏହା ସହିତ ୨୪ରେ ମେରିଟ୍ ଲିଷ୍ଟ ବାହାରିବ । ୨୫ ଓ ୨୬ ତାରିଖରେ ନାମ ଲେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.