fbpx

ସରପଞ୍ଚଙ୍କ ସହାୟତାକୁ ସ୍ୱାଗତ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ

ଭୁବନେଶ୍ୱର, ୧୫ା୫(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଚିଠିି ଲେଖିଛନ୍ତି । ସେ ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସରପଞ୍ଚଙ୍କ ସହାୟତାକୁ ପ୍ରଶଂସା କରିଛନ୍ତି । ଏହାସହ ପଞ୍ଚାୟତରେ କାର୍ଯ୍ୟରତ ସବୁ କର୍ମଚାରୀଙ୍କୁ ବୀମାଭୁକ୍ତ କରିବାକୁ ଦାବି କରିଛନ୍ତି । ରାଜ୍ୟର ୬,୭୯୮ ପଞ୍ଚାୟତରେ ୪,୮୬୨ ପିଇଓ କାମ କରୁଛନ୍ତି । ଜଣେ ପିଇଓ ଏକାଧିକ ପଞ୍ଚାୟତ ଦାୟିତ୍ୱ ଥାଇ କରୋନା କାମ କରୁଛନ୍ତି । ଜିଆରଏସ ଓ ରାତି ଜଗୁଆଳମାନେ ବି କମ୍ ଦରମାରେ କାମ କରୁଛନ୍ତି । ସେମାନଙ୍କୁ ବୀମାଭୁକ୍ତ କଲେ ସେମାନଙ୍କ ପରିବାରକୁ ନୈତିକ ସମର୍ଥନ ମିଳିବ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏକ ବଡ଼ ଘୋଷଣା କରିଥିଲେ । ସେ କରୋନା ଯୋଦ୍ଧା ଭାବେ ସରପଞ୍ଚମାନଙ୍କୁ ସାମିଲ କରିବା ସହ ସହାୟତା ରାଶି ଦିଆଯିବା ନେଇ ଘୋଷଣା କରିଥିଲେ । କରୋନାରେ ମୃତ୍ୟୁ ହେଲେ ସରପଞ୍ଚଙ୍କ ପରିବାରକୁ ୫୦ଲକ୍ଷର ଟଙ୍କାର ସହାୟତା ରାଶି ଦିଆଯିବ ।

Get real time updates directly on you device, subscribe now.