fbpx

ପ୍ରଥମରୁ ଅଷ୍ଟମ ସବୁ ପାସ୍

ଭୁବନେଶ୍ୱର,୧୫ ।୫(ଓଡିଶା ଭାସ୍କର): ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ପିଲା ପାସ୍ । କରୋନା ସ୍ଥିତିକୁ ନେଇ ପିଲାଙ୍କୁ ପାସ୍ କରିବା ନେଇ ଘୋଷଣା କରାଯାଇଛି । ଏନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ସବୁ ଅଭିଭାବକଙ୍କୁ ଏସମ୍ପର୍କରେ ଜଣାଇବାକୁ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ହୋଇଥିବା ପରୀକ୍ଷା ଫଳ ଭିତ୍ତିରେ ନବମ ଶ୍ରେଣି ପିଲା ପାସ୍ ହେବେ । ଯେଉଁ ବିଷୟରେ ପରୀକ୍ଷା ହୋଇନି, ସେଗୁଡିକର ଷାଣ୍ମାସିକ ନମ୍ବର ହିସାବ କରାଯିବ । ତେବେ ପୂର୍ବରୁ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ପାଠପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିଦିଆଯିବ ବୋଲି ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

Get real time updates directly on you device, subscribe now.