fbpx
BJD SKY
BJD SKY

ବିରୋଧୀ ପ୍ରଥମେ ନିଜ ପତ୍ନୀଙ୍କ ଶାଢୀ ଜଳନ୍ତୁ, Boycott-India କ୍ୟାମ୍ପେନ୍ ମଧ୍ୟରେ ବିରୋଧୀଙ୍କୁ ଏପରି ଜବାବ ଦେଲେ ହସୀନା

BJD

ନୂଆଦିଲ୍ଲୀ:ବାଙ୍ଗଲାଦେଶରେ ବିରୋଧୀ ନେତା ଭାରତ ବିରୋଧୀ ଭାବନାକୁ ଲୋକଙ୍କ ମଧ୍ୟରେ ଜୋରଦାର ପ୍ରସାର କରୁଛନ୍ତି । ବିରୋଧୀ ଭାରତୀୟ ସାମଗ୍ରୀ ବହିଷ୍କାର କରୁଛନ୍ତି । ସେମାନେ ଏକ ଅଭିଯାନ ଚଲାଇଛନ୍ତି ଯାହାର ନାମ Boycott-India କ୍ୟାମ୍ପେନ୍ । ତେବେ ଭାରତ ସହ ଘନିଷ୍ଠ ସଂପର୍କ ରଖିଥିବା ଶେଖ୍ ହସୀନା ଯେତେବେଳେ ଲଗାତର ୪ର୍ଥ ଥର ନିର୍ବାଚନ ଜିତିଥିଲେ ସେବେଠାରୁ ବିରୋଧୀ ଭାରତକୁ ନେଇ ନାରାବାଜି କରି ଆସୁଛନ୍ତି । ତେବେ ବିରୋଧୀଙ୍କ ଦ୍ୱାରା କରାଯାଉଥିବା ଏହି କ୍ୟାମ୍ପେନ ଉପରେ ଶେଖ୍ ହସୀନା କଡା ଜବାବ ଦେଇଛନ୍ତି ।
ବିରୋଧୀଙ୍କ ପକ୍ଷରୁ ହସୀନା ଓ ତାଙ୍କ ପାର୍ଟି ଆୱାମୀ ଲିଗ୍‌କୁ ଭାରତ ସମର୍ଥକ ବୋଲି କୁହାଯାଉଛି ଓ କୁହାଯାଉଛି କି ଭାରତ ହିଁ ହସୀନାଙ୍କୁ ଜାନୁୟାରୀରେ ହୋଇଥିବା ନିର୍ବାଚନରେ ଲଢିବା ପାଇଁ ସାହାଯ୍ୟ କରିଥିଲା । ଏହା ସହ ବିରୋଧୀ ବାଙ୍ଗଲାଦେଶ ଲୋକଙ୍କୁ ଭାରତୀୟ ସାମଗ୍ରୀ ବହିଷ୍କାର କରିବାକୁ ନିବେଦନ କରୁଛନ୍ତି ।

ଏହି କ୍ରମରେ ହସୀନା ବିରୋଧୀ ଦଳ ବିଏନ୍‌ପିକୁ କଡା ଜବାବ ଦେଇ କହିଛନ୍ତି, ବିରୋଧୀ ଦଳ ନେତା ପ୍ରଥମେ ନିଜ ଘରେ ରଖାଯାଇଥିବା ଭାରତୀୟ ଶାଢୀକୁ ଜଳାଇ ଦିଅନ୍ତୁ । ସେ କହିଛନ୍ତି ବାଙ୍ଗଲାଦେଶର ରୋଷେଇ ଘରେ ରଖାଯାଇଥିବା ଅଧିକାଂଶ ସାମଗ୍ରୀ ତ ଭାରତର । ଏଠାରେ ସୂଚାଇ ଦିଆଯାଇପାରେ କି ଶେଖ୍ ହସୀନା ବହୁ କାର୍ଯ୍ୟକ୍ରମରେ ଭାରତକୁ ନିଜର ଭଲ ବନ୍ଧୁ ବୋଲି କହିଛନ୍ତି ।

Get real time updates directly on you device, subscribe now.