fbpx
BJD SKY
BJD SKY

ଜଣେ ବ୍ୟକ୍ତିଙ୍କର ଦୁଇଟି ପ୍ରାଇଭେଟ ପାର୍ଟ; ଯୁବକଙ୍କ ଠାରେ ବିକଶିତ ହେଲା ମହିଳା ଯୌନାଙ୍ଗ, ଆଶ୍ଚର୍ଯ୍ୟଜନକ ସର୍ଜରୀ କଲେ ଡାକ୍ତର

BJD

ନୂଆଦିଲ୍ଲୀ: ଛତିଶଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଛତିଶଗଡ଼ ଆୟୁବିଜ୍ଞାନ ସଂସ୍ଥା ସିମ୍ସରେ ମେଡିକାଲ ହିଷ୍ଟ୍ରୀର ଏହା ଏକ ବିରଳ ମାମଲା ଅଟେ । ଏଠାରେ ଜଣେ ଯୁବକଙ୍କର ଦୁଇଟି ଯୌନାଙ୍ଗ ଦେଖିବାକୁ ମିଳିଛି ଏବଂ ଏକ ଭିନ୍ନ ପ୍ରକାରର କ୍ୟାନ୍ସର ମଧ୍ୟ ଏଥିରେ ଡିଟେକ୍ଟ କରାଯାଇଛି । ଏହାର ନାମ ‘ପ୍ରେସିଡେଣ୍ଟ ମୁଲେରିଆନ ଡକ୍ଟ ସିଣ୍ଡ୍ରୋମ ୱିଥ ଜର୍ମ ସେଲ ଟ୍ୟୁମର ଅଫ ଟେଷ୍ଟିସ’ ଅଟେ । ଡାକ୍ତରଙ୍କ ଅନୁଯାୟୀ, ଏହି ମାମଲା ଦୁନିଆର ତୃତୀୟ ମାମଲା । ସିମ୍ସର ଡାକ୍ତର ଏହି ଯୁବକଙ୍କ ମହିଳା ଯୌନାଙ୍ଗ ଭିତରେ ଅଣ୍ଡାଶୟର ସଫଳ ଚିକିତ୍ସା କରି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି । ସେମାନେ ରୋଗୀଙ୍କୁ ନଜରରେ ରଖିଛନ୍ତି । ଏହି ରୋଗୀଙ୍କୁ ଠିକ ହେବା ଲାଗି ପାଖା ପାଖି ୨ ବର୍ଷ ସମୟ ଲାଗିବ ।

ଆଶ୍ୱସ୍ତିକର କଥା ହେଉଛି ଯେ, ଏହି ଯୁବକ ଛଅ ମାସ ପୂର୍ବରୁ ଚିକିତ୍ସା ଲାଗି ହସ୍ପିଟାଲ ଆସିଥିଲେ । ସେହି ସମୟରେ ସେ କହିଥିଲେ ଯେ, ଲଗାତାର ୩ରୁ ୪ ମାସ ହେବ ତାଙ୍କୁ ଜ୍ୱର ଆସୁଥିଲା । ଦେହ ହାତ ବିନ୍ଧା ହେଉଥିଲା ଏବଂ ଏଥିସହ ତାଙ୍କର ପୁରୁଷ ଯୌନାଙ୍ଗ ସହ ମହିଳାଙ୍କ ଯୌନାଙ୍ଗ ମଧ୍ୟ ବିକଶିତ ହୋଇଛି । ଏହା ଶୁଣି ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ । ଅନୁସନ୍ଧାନ ପରେ ଜଣାପଡିଲା ଯେ, ଏପରି ମାମଲା ଭୁବନେଶ୍ୱରରେ ମଧ୍ୟ ଦେଖାଦେଇଛି ଏବଂ ଏହା ତୃତୀୟ ମାମଲା । ଯାଞ୍ଚ କରାଯିବା ପରେ ଜଣାପଡିଲା ଯେ, ଯୁବକଙ୍କୁ କ୍ୟାନ୍ସର ହୋଇଛି ।

ଏହି କ୍ୟାନ୍ସର ତୃତୀୟ ଷ୍ଟେଜ ପର୍ଯ୍ୟନ୍ତ ପହଁଚିଯାଇଥିଲା । ଏହାପରେ ଯୁବକଙ୍କର ୬ ମାସର ଚିକିତ୍ସା ମଧ୍ୟରେ ୧୨ ଥର ତାଙ୍କୁ କେମୋ ଦିଆସରିଲାଣି । ଡାକ୍ତରଙ୍କ କହିବାନୁଯାୟୀ, ଯୁବକଙ୍କର ଏକ ଅଣ୍ଡାଶୟ ବାହାର କରିବାକୁ ପଡିଲା । ସେଥିପାଇଁ ତାଙ୍କର ଆଉ ବାପା ହେବାର କ୍ଷମତା ନାହିଁ, ହେଲେ ସେ ବର୍ତ୍ତମାନ ଚଲାବୁଲା କରିପାରୁଛନ୍ତି । ଏବେ ତାଙ୍କୁ ଫଲୋଅପ କରିବାକୁ ପଡିବ ଏବଂ ସେ ସଂପୂର୍ଣ୍ଣ ଭାବେ ଠିକ ହେବା ପାଇଁ ୨ ବର୍ଷ ଲାଗିବ ।

Get real time updates directly on you device, subscribe now.