fbpx
BSKY
BJD SHG SKY
BJD YOUTH SKY

ଆଇପିଏଲରେ କଟକ ଟିମ୍ ପ୍ରସଙ୍ଗ; କଟକ ଟିମ୍ କୁ ନେଇ ଆଶାବାଦୀ ଅଛୁ: ଓସିଏ

ଭୁବନେଶ୍ୱର : ଆଇପିଏଲରେ କଟକ ଟିମ୍ ନେଇ ଓସିଏ ସମ୍ପାଦକଙ୍କ ସୂଚନା । ଗଣମାଧ୍ୟମକୁ ସୂଚନା ଦେଇ ଆଗାମୀ ଆଇପିଏଲରେ କଟକ ଟିମ୍ ପ୍ରବେଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା  । ସେ କହିଛନ୍ତି ଆଇପିଏଲ ବିଡିଂରେ କଟକ ସାମିଲ ହୋଇଛି, ବିଡିଂରେ ୨୦ଟି କମ୍ପାନୀ ଅଛନ୍ତି । କଟକକୁ ଟିମ୍ କରିବେ କି ନାହିଁ କମ୍ପାନୀ ହିଁ ନିଷ୍ପତ୍ତି ନେବେ । ଜିନ୍ଦଲ ବିଡିଂରେ ଥିବା ଯୋଗୁଁ କଟକ ଟିମ୍ ନେଇ ଆଶାବାଦୀ ଅଛୁ । ସଂପୃକ୍ତ ବିଡରଙ୍କୁ କଟକ ଟିମ୍ କରିବା ନେଇ ନିବେଦନ କରିଛି ଓସିଏ । କଟକ ଟିମ୍ ହେଲେ ସଂପୃକ୍ତ କମ୍ପାନୀକୁ ଓସିଏ ସଂପୂର୍ଣ୍ଣ ସହାୟତା କରିବ । କଟକ ଟିମ୍ ହେଲେ ଓଡ଼ିଶା ଖେଳାଳୀ ଉପକୃତ ହେବେ ଏବଂ ୨୫ ତାରିଖରେ ନୂଆ ଟିମ୍ ପାଇଁ ବିଡିଂ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ।

Get real time updates directly on you device, subscribe now.