fbpx

୧୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ଚାଷ, ହେବ ୩ ଲକ୍ଷରୁ ଅଧିକ ଆୟ, ଜାଣନ୍ତୁ କେମିତି?

ନୂଆଦିଲ୍ଲୀ: କୌଣସି ବି ବ୍ୟବସାୟ ଯଦି ଉପଯୁକ୍ତ ଯୋଜନା ସହ କରାଯାଏ ତେବେ ତାହା ଭଲ ଲାଭ ଦେଇଥାଏ । ତେଣୁ ଯେକୌଣସି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ତାହା ବିଷୟରେ ଠିକ୍ ଭାବରେ ଜାଣିନେବା ଉଚିତ୍ । ଆଜି ଆମେ ଆପଣଙ୍କୁ ଏମିତି ଏକ ଚାଷ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ତଥା ଅତି କମ୍ ଖର୍ଚ୍ଚରେ ମଧ୍ୟ ଆପଣ ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ । ଔଷଧୀୟ ବୃକ୍ଷ ଚାଷ କରିବା ଏକ ଭଲ ବ୍ୟବସାୟ ହୋଇପାରେ ।

ବର୍ତ୍ତମାନ ବଜାରରେ ନ୍ୟାଚୁରାଲ ପ୍ରୋଡକ୍ଟ ଏବଂ ନ୍ୟାଚୁରାଲ ଔଷଧର ଚାହିଦା ବଢ଼ିବାରେ ଲାଗିଛି । ଲୋକମାନେ ପ୍ରାକୃତିକ ସାମଗ୍ରୀକୁ ବ୍ୟବହାର ଦିଗରେ ଧ୍ୟାନ ଦେଉଛନ୍ତି । ତେଣୁ ଏମିତିରେ ପ୍ରାକୃତିକ ଔଷଧର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଏହି ମେଡିସିନ ବୃକ୍ଷର ଉତ୍ପାଦନ କରିବା ଏକ ଭଲ ବ୍ୟବସାୟ ହୋଇପାରେ । ଏଥିରେ ପରିଶ୍ରମ କମ ହେବା ସହ ଅଧିକ ସମୟ ପର୍ଯ୍ୟନ୍ତ ଆୟ ସୁନିଶ୍ଚିତ ହୋଇଥାଏ ।

ଏହି ଜିନିଷରେ କରିପାରିବେ ବିନିଯୋଗ: ଅଧିକାଂଶ ହର୍ବାଲ ପ୍ଲାଣ୍ଟ ଯେମିତିକି ତୁଳସୀ, ମୁଲେଠୀ, ଆଲେଭେରା ଭଳି ବୃକ୍ଷ ଖୁବ ଶୀଘ୍ର ବଢ଼ିଥାନ୍ତି । ଏହି ଚାଷ ଆରମ୍ଭ କରିବା ପାଇଁ କିଛି ହଜାର ଟଙ୍କା ଖର୍ଚ୍ଚରେ କରିବାକୁ ପଡ଼ିବ କିନ୍ତୁ ଆୟ ଲକ୍ଷରୁ ଅଧିକ ମିଳିବ । ବର୍ତ୍ତମାନ ସମୟରେ କମ୍ପାନୀମାନେ ସିଧାସଳଖ ଫସଲ କିଣିବାକୁ ଚୁକ୍ତି ମଧ୍ୟ କରୁଛନ୍ତି । ଏହା ଦ୍ୱାରା ମଧ୍ୟ ଲାଭ ସୁନିଶ୍ଚିତ ଅଟେ ।

ସାଧାରଣତଃ ତୁଳସୀକୁ ଧାର୍ମିକ ଦୃଷ୍ଟି କୋଣରୁ ଦେଖାଯାଇଥାଏ କିନ୍ତୁ ଔଷଧୀୟ ଗୁଣ ଥିବା ତୁଳସୀର ଚାଷ କରି ଏଥିରୁ ଆୟ କରାଯାଇପାରେ । କ୍ୟାନ୍ସର ଭଳି ଦୁରାରୋଗ୍ୟ ପାଇଁ ତୁଳସୀ ବ୍ୟବହାର କରି ଔଷଧ ତିଆରି କରାଯାଇଥାଏ । ୧ ହେକ୍ଟର ଜମି ତୁଳସୀ ଚାଷ କରିବାକୁ ଚାହୁଥିଲେ କେବଳ ୧୫ ହଜାର ଖର୍ଚ୍ଚ କରିବାକୁ ପଡ଼ିବ କିନ୍ତୁ ୩ ମାସ ମଧ୍ୟରେ ଏହି ଫସଲ ପ୍ରାୟ ତିନି ଲକ୍ଷ ପର୍ଯ୍ୟନ୍ତ ବିକ୍ରି ହୋଇପାରେ ।

ତୁଳସୀ ବିକ୍ରି ପାଇଁ ପତଞ୍ଜଳି, ଡାବର, ବୈଦ୍ୟନାଥ ଆଦି ଆୟୁର୍ବେଦ ଔଷଧ ତିଆରି କରୁଥିବା କମ୍ପାନୀ ମାନଙ୍କ ସହ ଚୁକ୍ତିରେ ଆପଣ ଚାଷ କରିପାରିବେ । ତେବେ ମେଡିସିନାଲ ପ୍ଲାଣ୍ଟର ଚାଷ ପାଇଁ ଆପଣଙ୍କ ପାଖରେ ଉପଯୁକ୍ତ ଟ୍ରେନିଙ୍ଗ ରହିବା ଆବଶ୍ୟକ ଫଳରେ ଆପଣ ଭବିଷ୍ୟତରେ ହଇରାଣରେ ନପଡ଼ିବେ ।

Get real time updates directly on you device, subscribe now.