fbpx

ଏହି ଦିଗରେ ମୁଣ୍ଡ କରି ଶୁଅନ୍ତୁ ନାହିଁ, ହୋଇପାରନ୍ତି ଆର୍ଥିକ ସଙ୍କଟର ସମ୍ମୁଖୀନ

ଅନେକ ସମୟରେ ଆମେ କେଉଁ ଦିଗକୁ ମୁଣ୍ଡ କରି ଶୋଇଥାନ୍ତି ସେଥିପ୍ରତି ଧ୍ୟାନ ଦେଉନାହୁଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଆମ ଜୀବନରେ ବଡ଼ ପ୍ରଭାବ ପକାଇଥାଏ । ଏହା ଆମର ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଆସିପାରେ ଅନେକ ସମସ୍ୟା:

ବାସ୍ତୁ ଅନୁଯାୟୀ, ଭୁଲ ଦିଗରେ ଶୋଇବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖାଦେଇପାରେ । ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ଏମତିକି ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇପାରେ । ଅନ୍ୟ ପଟେ, ଯଦି ଆପଣ ଠିକ୍ ଦିଗରେ ମୁଣ୍ଡ କରି ଶୋଉଛନ୍ତି ତେବେ କେବଳ ଭଲ ନିଦ ନୁହେଁ ବରଂ ଏହା ଆପଣଙ୍କୁ ଆର୍ଥିକ ଦିଗରୁ ମଧ୍ୟ ସମୃଦ୍ଧ କରିଥାଏ ।

ବାସ୍ତୁ ଅନୁଯାୟୀ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଅନେକ ପ୍ରକାରର ମାନସିକ ସମସ୍ୟା ଦୂର ହୋଇଥାଏ । ସେହିଭଳି ଦକ୍ଷିଣ ଦିଗ ପରେ ପୂର୍ବ ଦିଗକୁ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଦେବତାମାନଙ୍କର ଆଶୀର୍ବାଦ ପାଇଥାନ୍ତି । ଏହି ଦିଗରୁ ସୂର୍ଯ୍ୟ ଉଦୟ ହୁଏ, ତେଣୁ ପୂର୍ବ ଦିଗକୁ ଜୀବନ ପ୍ରଦାନକାରୀ ଭାବରେ ବିବେଚନା କରାଯାଏ  । ଏହି ଦିଗରେ କେବେବି ପାଦ ରଖି ଶୋଇବା ଉଚିତ୍ ନୁହେଁ । ତେଣୁ ଉତ୍ତର ଏବଂ ପଶ୍ଚିମ ଦିଗକୁ ମୁଣ୍ଡ କରି କେବେବି ଶୁଅନ୍ତୁ ନାହିଁ ।

ଯଦି ଆପଣଙ୍କ ଘରେ ଏକା ରୋଜଗାର କରୁଛନ୍ତି, ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି ତେବେ ସର୍ବଦା ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ । ଯଦି ଆପଣ ଜଣେ ଛାତ୍ର ତେବେ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ଏବଂ ଏହା ମନକୁ ମଧ୍ୟ ସ୍ଥିର ରହିଥାଏ ।

Get real time updates directly on you device, subscribe now.