ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଆସନ୍ତା ୨ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା।

ଭୁବନେଶ୍ୱର: ଆଜି ପ୍ରବଳ ବର୍ଷା। ସତର୍କ କଲା ପାଣିପାଗ ବିଭାଗ। ରାଜ୍ୟରେ ଏବେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ବେଳେ, ଆଜି ବିଶେଷ କରି ୫ ଜିଲ୍ଲାରେ ଭୟଙ୍କର ଝଡ଼ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ।

ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି କରିଛି।  ଆସନ୍ତା ୨ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରତ୍ୟେକ ଦିନ କାଳବୈଶାଖୀର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି।

କାଳବୈଶାଖୀ ଅନେକ କ୍ଷୟକ୍ଷତି ମଧ୍ୟକରୁଛି। ଏନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।  ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। କୁଆପଥର ମାଡ଼ ସହ କାଳବୈଶାଖୀ ନେଇ ଚେତାବନୀ ମଧ୍ୟ ଦିଆଯାଇଛି। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଗଜପତି।