fbpx
BJD
BJD SKY
BJD SKY

୫ ଜିଲ୍ଲାରେ ଫାଟିବ ବାଦଲ, ଭିଜିବ ଓଡ଼ିଶା: ଅରେଞ୍ଜ ୱାର୍ଣ୍ଣିଂ ଜାରି କଲାବୀଭାଗ

ଭୁବନେଶ୍ୱର: ରାଜ୍ୟରେ ଗତ ରାତିରୁ ଆରମ୍ଭ ହୋଇଯାଇଛି ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଦେଖିବକେୁ ମିଳିପାରେ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୨ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ତେଣୁ ଆଜି ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ କେବଳ ଆଜି ଦିନକ ପାଇଁ ସତର୍କବାଣୀ ଦେଇଛି ପାଣିପାଗ ବିଭାଗ । ଆଜି ପାଇଁ ରାଜ୍ୟର ମୋଟ ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ ଏବଂ ସମ୍ବଲପୁର ଆଦି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ତେବେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷାର ପରିମାଣ ୭-୧୦ ସେ.ମି ରହିପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି । ବର୍ଷାର ପରିମାଣ ବୃଦ୍ଧି ହେବା ଦ୍ୱାରା ତଳିଆ ଅଞ୍ଚଳରେ ପାଣିଗୁଡ଼ିକ ଜମି ରହିବା ନେଇ ସମ୍ଭାବନା ଜାହିର କରିଛି ପାଣିପାଗ କେନ୍ଦ୍ର ।

Get real time updates directly on you device, subscribe now.