fbpx

କେନ୍ଦ୍ର କର୍ମଚାରୀଙ୍କର ବଢିବ ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ କେତେ ଅଧିକ ଟଙ୍କା ?

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ସରକାର । ଦେଶରେ ଦରଦାମ୍ ବଢି ଚାଲିଥିବା ବେଳେ ମହଙ୍ଗା ଭତ୍ତା ବଢାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହା ଦ୍ୱାରା ହଜାର ହଜାର ସରକାରୀ କର୍ମଚାରୀ ଏବଂ ପେନସନ୍ ଭୋଗୀ ଉପକୃତ ହେବେ । ପିଟିଆଇର ଆସିଥିବା ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ଏଥର ଏହାକୁ ତିନି ପ୍ରତିଶତ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ।

ଅଲ ଇଣ୍ଡିଆ ରେଳବାଇ ଫେଡେରେଶନର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଏଥର ମହଙ୍ଗା ଭତ୍ତାକୁ ମାତ୍ର ୩ ପ୍ରତିଶତ ବୃଦ୍ଧି କରିବାକୁ ଚାହୁଁଛନ୍ତି । ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ AICPI ତଥ୍ୟ ଆଧାରରେ କର୍ମଚାରୀ ଏବଂ ପେନସନଭୋଗୀମାନେ ଡିଏରେ ଚାରି ପ୍ରତିଶତ ବୃଦ୍ଧି ଦାବି କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ (ସପ୍ତମ ବେତନ ଆୟୋଗ) ବୃଦ୍ଧି ନେଇ ସରକାର କୌଣସି ସରକାରୀ ଘୋଷଣା କରିନାହାଁନ୍ତି । ଏହି ସମୟରେ, ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯଥାଶୀଘ୍ର ଘୋଷଣା କରିପାରିବେ ବୋଲି କେନ୍ଦ୍ରୀୟ କର୍ମଚାରୀ ଆଶା କରୁଛନ୍ତି । କୁହାଯାଉଛି ଯେ ଜନ୍ମାଷ୍ଟମୀ ଏବଂ ଦିପାବଳୀ ମଧ୍ୟରେ କେନ୍ଦ୍ର ସରକାର ଯେକୌଣସି ସମୟରେ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି ।

ଏସବୁ ମଧ୍ୟରେ ଭଲ କଥା ହେଉଛି ଗତ ମାସ ଜୁଲାଇ ୧, ୨୦୨୩ ରୁ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ (ସପ୍ତମ ବେତନ ଆୟୋଗ) ର ବୃଦ୍ଧି ପ୍ରଯୁଜ୍ୟ ବୋଲି ବିବେଚନା କରାଯିବ । ଯଦି ସରକାର ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରନ୍ତି, ତେବେ ଏହା ୪୨ ରୁ ୪୫ ପ୍ରତିଶତକୁ ବୃଦ୍ଧି ପାଇବ । ଏଥି ସହିତ ୪ ପ୍ରତିଶତ ବୃଦ୍ଧିରେ ଏହା ୪୬ ପ୍ରତିଶତରେ ପରିଣତ ହେବ । DA ବୃଦ୍ଧି ହେଲେ ପ୍ରାୟ 47.58 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 69.76 ଲକ୍ଷ ପେନ୍‌ସନ୍‌ଭୋଗୀଙ୍କୁ ସିଧାସଳଖ ଲାଭ ଦେବ ।

ଅନ୍ୟ ପଟେ କିଛି ରାଜ୍ୟ ସେମାନଙ୍କ କର୍ମଚାରୀଙ୍କୁ ଅଗ୍ରୀମ ବେତନ ସୁବିଧା ଦେବା ନେଇ ଖବର ଆସିଛି । ଏହି କାରଣରୁ ଅନେକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି କୁହାଯାଇପାରଏ । ଉତ୍ସବର ଋତୁକୁ ଦୃଷ୍ଟିରେ ରଖି କର୍ମଚାରୀମାନଙ୍କୁ ଶୀଘ୍ର ଦରମା, ପେନ୍‌ସନ୍‌ଭୋଗୀଙ୍କୁ ଶୀଘ୍ର ବେତନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହି ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇନପାରେ । କେବଳ କିଛି ରାଜ୍ୟ ଏହି ସୁବିଧା ପାଇବେ ।

Get real time updates directly on you device, subscribe now.