fbpx
BJD SKY
BJD SKY

OSEPAର ଜରୁରୀ ସୂଚନା: କନିଷ୍ଠ ଶିକ୍ଷକ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ଠାରୁ Objection ଗ୍ରହଣ ପାଇଁ ଧାର୍ଯ୍ୟ ହେଲା ସମୟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକାଶ ପାଇଥିବା ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ଜରୁରୀ ଖବର । ଗତ ସେପ୍ଟେମ୍ବର ମାସ ୧୩ରୁ ଅକ୍ଟୋବର ମାସ ୧୦ ତାରିଖ ମଧ୍ୟରେ ଏଥିପାଇଁ ଅନଲାଇନ୍ ଆବେଦନ ହୋଇଥିଲା । ଏହାପରେ ଗତ ୧୭ ତାରିଖରେ ସାରା ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ତେବେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ପାଇଁ ଓସେପା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ପ୍ରାର୍ଥୀ / ପ୍ରାର୍ଥୀନୀଙ୍କଠାରୁ ଅନଲାଇନ୍ ମାଧ୍ୟମରେ ଅବଜେକସନ୍ ଗ୍ରହଣ କରାଯିବ । ସେଥିପାଇଁ ଓସେପା ୱେବସାଇଟରେ ଏକ ଅବଜେକସନ ମ୍ୟାନେଜମେଣ୍ଟ ଲିଙ୍କ ଦିଆଯାଇଛି । ନଭେମ୍ବର ୨୧ ତାରିଖ ପୂର୍ବାହ୍ନ ୧୦ଟା ଠାରୁ ୨୩ ତାରିଖ ରାତି ୧୧.୫୯ ମଧ୍ୟରେ ପ୍ରାର୍ଥୀଙ୍କଠାରୁ ଅବଜେକସନ୍ ଗ୍ରହଣ କରାଯିବ ।

ଏହି ସମୟ ପରେ କନିଷ୍ଠ ଶିକ୍ଷକ ନିୟୋଜନ ସମ୍ବନ୍ଧୀୟ କୌଣସି ଅଭିଯୋଗ ଗ୍ରହଣ କରାଯିବ ନାହିଁ । ଅବଜେକ୍ସନ କେବଳ ଅନଲାଇନ୍ ମାଧ୍ୟମରେ ହିଁ ଗ୍ରହଣ କରାଯିବ ଓ ସେଥିପାଇଁ କୌଣସି ବିକଳ୍ପ ମାଧ୍ୟମରେ ଅବଜେକସନକୁ ବିଚାରକୁ ନିଆଯିବ ନାହିଁ । ଧାର୍ଯ୍ୟ ସମୟ ଓ ଦିବସ ପରେ କୌଣସି ଅବଜେକସନ୍ ଆସିଲେ ସେଥିପାଇଁ ଓସେପା କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି କୁହାଯାଇଛି । ତେବେ ଏହି ପରୀକ୍ଷା ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ଓ ନିରପେକ୍ଷ ଅଟେ । ଯଦି କୌଣସି ବ୍ୟକ୍ତି ମିଥ୍ୟା ପ୍ରଲୋଭନ ଦେଖାଇ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦିଅନ୍ତି, ଟଙ୍କା ଦାବି କରନ୍ତି ତେବେ ଏନେଇ ତୁରନ୍ତ ପୋଲିସରେ ଅଭିଯୋଗ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.