fbpx

Big Breaking: ବିଧାନସଭା ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ

Advertisement

ଭୁବନେଶ୍ୱର: ସାଲୁଗା ପ୍ରଧାନ ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଆଜି ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଆଜି ଏହି ପଦବୀ ପାଇଁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।

୨ ଥର ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସାଲୁଗା । ସେ ପ୍ରଥମ ଥର ବିଜେଡ଼ି ପ୍ରାର୍ଥୀ ହୋଇ ୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ଦ୍ୱିତୀୟ ଥର ୨୦୧୯ ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ତେବେ ଗତକାଲି ସାଲୁଗା ଉପବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜିର ଏହି ନିର୍ବାଚନରେ ସାଲୁଗା ନିଦ୍ୱର୍ନ୍ଦରେ ବିଜୟୀ ହୋଇଛନ୍ତି ।

ତେବେ ସାଲୁଗାଙ୍କୁ ତାଙ୍କର ନୂତନ କାର୍ଯ୍ୟଭାର ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥି ସହିତ ସାଲୁଗା ମଧ୍ୟ ଏହାର ପ୍ରତିକ୍ରିୟାରେ କହିଛନ୍ତି ଯେ, ଶାସକ ଓ ବିରୋଧୀ ଦଳର ମତାମତକୁ ମୁଁ ସମ୍ମାନ ଦେବି । ଏହା ସହିତ ନିରପେକ୍ଷ ଭାବରେ ମୋ’ର ଦାୟିତ୍ୱ ନିର୍ବାହ କରିବି ।

ସୂଚନାଯୋଗ୍ୟ, ତେବେ ଗତ ୮ ତାରିଖରେ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ ପଦବୀରୁ ଇସ୍ତଫା ଦେବା ପରେ ପଦ ଖାଲି ପଡ଼ିଥିଲା । ତେଣୁ ଆସନ୍ତା ଶୀତ ଅଧୀବେଶନ ଆରମ୍ଭ ହେବା ଆଗରୁ ଏହି ନିର୍ବାଚନ ଶେଷ ହୋଇଛି ।

Get real time updates directly on you device, subscribe now.