fbpx

OSSC ଜାରି କଲା ଲିଷ୍ଟ: ୮୮୫୨ ଜଣ ପ୍ରାର୍ଥୀଙ୍କ ଅନଲାଇନ୍ ଆପ୍ଲିକେସନ ରିଜେକ୍ଟ, ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ କରିଥିଲେ ଶୀଘ୍ର ଚେକ୍ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ନଭେମ୍ବର ମାସ ୨୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୨୧ରେ ସମାପ୍ତ ହୋଇଥିଲା । ଡାଇରେକ୍ଟୋରେଟ୍ ଅଫ୍ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭିଟାଲ ଷ୍ଟାଟିଷ୍ଟିକ୍ସ, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଗ୍ରୁପ-ସି’ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ନିକଟରେ ଓଏସଏସସି ପକ୍ଷରୁ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଅପଡେଟ୍ ଆସିଥିଲା । ଫେବୃଆରୀ ମାସ ତୃତୀୟ ସପ୍ତାହରେ ଏହି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ । ଖୁବଶୀଘ୍ର ପରୀକ୍ଷାର ସଠିକ୍ ତାରିଖ ଓ ବିସ୍ତୃତ ତଥ୍ୟ ଜାରି କରାଯିବ । ତେବେ ବିଭିନ୍ନ କାରଣରୁ ଏହି ପଦରେ ଆବେଦନ କରିଥିବା ୮୮୫୨ ଜଣ ପ୍ରାର୍ଥୀଙ୍କ ଆବେଦନ ରିଜେକ୍ଟ ହୋଇଯାଇଛି । ମୋଟ ୩୧,୯୭୯ ଜଣ ପ୍ରାର୍ଥୀ ସଫଳତାର ସହ ଏହି ପଦ ପାଇଁ ଆବେଦନ କରିଛନ୍ତି । କେଉଁ କାରଣରୁ ଅନଲାଇନ୍ ଆବେଦନ ରିଜେକ୍ଟ ହୋଇଛି ସେନେଇ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ଓଏସଏସସି ପକ୍ଷରୁ ରିଜେକ୍ଟ ଆପ୍ଲିକେସନଗୁଡ଼ିକର ଏକ ଲିଷ୍ଟ ଜାରି କରାଯାଇଛି ।

ଏଥିରେ ୟୁଆରଙ୍କ ପାଇଁ ୧୧୬ଟି, ଶିକ୍ଷା ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୨୮ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୩୯ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୫୧ଟି ପଦ ଖାଲି ରହିଛି । ମାଥମେଟିକ୍ସ କିମ୍ବା ଷ୍ଟାଟିଷ୍ଟିକ୍ସରେ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିବାକୁ ଯୋଗ୍ୟ ହୋଇଥିଲେ । ଏଥିସହିତ ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ଆବଶ୍ୟକ ଥିଲା । ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.